ଜାତିସଂଘରେ ଚର୍ଚ୍ଚା ହେବନାହିଁ ଧାରା ୩୭୦, ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର

ନୂଆଦିଲ୍ଲୀ: ଧାରା ୩୭୦ ସଂକ୍ରାନ୍ତ ନିଷ୍ପତ୍ତି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏ ବାବଦରେ ଜାତିସଂଘ ସାଧାରଣ ପରିଷଦରେ କୌଣସି ଚର୍ଚ୍ଚା ହେବନାହିଁ। କେବଳ ଆତଙ୍କବାଦ ପ୍ରସଙ୍ଗରେ ଚର୍ଚ୍ଚା ହୋଇପାରେ ବୋଲି ବିଦେଶ ସଚିବ ବିଜୟ ଗୋଖଲେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟାଯିବା ମାମଲାକୁ ନେଇ ପାକିସ୍ତାନର ଜୋର୍‌ଦାର ବିରୋଧ ସତ୍ତ୍ବେ ଏହା ୟୁଏନ୍‌ଜିଏର ଏଜେଣ୍ଡାରେ ରହିବ ନାହିଁ ବୋଲି ଗୋଖଲେ କହିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ନିଜ ବାୟୁସୀମା ବ୍ୟବହାର କରିବାକୁ ନଦେବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଏବଂ ଏହା ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ ବୋଲି ‌ଗୋଖଲେ କହିଛନ୍ତି। ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନର ଏଭଳି ନୀତିକୁ ଦୃଢ଼ ବିରୋଧ କରିବା ଉଚିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ୨୧ ତାରିଖ ସନ୍ଧ୍ୟାରେ ଆମେରିକା ଗସ୍ତରେ ବାହାରିବେ। ୨୨ ସେପ୍‌ଟେମ୍ବରରେ ସେ ଶକ୍ତି କ୍ଷେତ୍ରର ସିଇଓମାନଙ୍କ ସହିତ ଆଲୋଚନା କରିବେ ଏବଂ ‘ହାଓଡି ମୋଦୀ ’ କାର୍ଯ୍ୟକ୍ରମରେ ଯୋଗଦେବେ। ୨୩ ତାରିଖ ଦିନ ଜଳବାୟୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଂଶ ଗ୍ରହଣ କରିବେ ବୋଲି ଗୋଖ୍‌ଲେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର