ଧାରା ୩୭୦: ସୁପ୍ରିମ କୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନର ଆସନ୍ତାକାଲି ଶୁଣାଣି ହେବ। ଧାରା ୩୭୦ ଉଚ୍ଛେଦ ନେଇ ସରକାର ଜମ୍ମୁ କଶ୍ମୀରରେ ଯେଉଁ କଟକଣା ଜାରି କରିଛନ୍ତି ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ୍‌ ଦ‌ାଏର ହୋଇଛି। ସାମାଜିକ କର୍ମୀ ତେହସିନ୍‌ ପୁନାୱାଲାଙ୍କ ଦ୍ବାରା ହୋଇଥିବା ଆବେଦନ ଉପରେ ଜଷ୍ଟିସ୍‌ ଅରୁଣ ମିଶ୍ର, ଏମ୍‌ ଆର ଶାହ ଏବଂ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠରେ ଶୁଣାଣି ହେବ। ସେହିପରି ଏକ କଶ୍ମୀର ଦୈନିକ ଖବରକାଗଜର ସମ୍ପାଦିକା ଅନୁରାଧା ଭସିନ୍‌ଙ୍କ ଦ୍ବାରା ହୋଇଥିବା ଆବେଦନ ଉପରେ ମଧ୍ୟ ଆସନ୍ତାକାଲି ଶୁଣାଣି ହେବ।

ସମ୍ବନ୍ଧିତ ଖବର