ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍ଲିଙ୍କର ଆଜି ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତା ଶୋକ ପ୍ରକାଶ କରିଛନ୍ତି।
ଆଜି ଅପରାହ୍ନରେ ଦିଲ୍ଳୀ ଏମ୍ସ ପକ୍ଷରୁ ଜାରି ବୁଲେଟିନରେ ସୂୂଚନା ଦିଆଯାଇଥିଲା େଯ ମଧ୍ୟାହ୍ନ ୧୨ଟା ୭ ମିନିଟ୍ରେ ଜେଟ୍ଲି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଗତ ୯ ତାରିଖରେ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା।
ଜେଟ୍ଲିଙ୍କ ମରଶରୀରକୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ତାଙ୍କର କୈଳାସ କଲୋନି ସ୍ଥିତ ବାସଭବନରେ ରଖାଯାଇଛି। ଆସନ୍ତାକାଲି ଅପରାହ୍ନ ୨ଟା ୩୦ରେ ନିଗମ ବୋଧଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଜେଟଲିଙ୍କ ମରଶରୀର ବିଜେପି ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ରହିବ।
ଜଣାଶୁଣା ଓକିଲ ରୂପେ ପରିଚିତ ଜେଟ୍ଲି ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ। ବାଜପେୟୀ ସରକାରରେ ସେ ଦୁଇଥର ମନ୍ତ୍ରୀ ହୋଇଥିଲେ ମଧ୍ୟ ମୋଦୀ ସରକାରରେ େସ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୋଦୀଙ୍କ ପ୍ରଥମ ଇନିଂସ ସରକାରରେ ସେ ଅର୍ଥ, ପ୍ରତିରକ୍ଷା ଓ ଆଇନ ବିଭାଗ ଦାୟିତ୍ବ ତୁଲାଇଥିଲେ। ୨୦୧୪ରେ ସେ ଲୋକସଭା ନିର୍ବାଚନ ହାରିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଅସୁସ୍ଥତା ଯୋଗୁଁ ପ୍ରତିଦ୍ବନ୍ଦ୍ବିତା କରିନଥିଲେ। ଏହି କାରଣରୁ ସେ ସରକାରେର ଯୋଗ ଦେବାକୁ ମଧ୍ୟ ମନା କରିଦେଇଥିଲେ।
କେବଳ ବିଜେପିରେ ନୁହେଁ, ଅନ୍ୟ ଦଳରେ ମଧ୍ୟ ତାଙ୍କର ଲୋକପ୍ରିୟତା ଥିଲା। େସ ପ୍ରାୟ ସବୁ ଦଳର ନେତାମାନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ରଖିଥିଲେ। ସବୁ ଦଳର ନେତାମାନଙ୍କ ସହିତ ଉତ୍ତମ ସଂପର୍କ ଯୋଗୁଁ ଅନେକ ସମୟରେ ସରକାର ସମ୍ମୁଖୀନ ହୋଇଥିବା ସଙ୍କଟକୁ ଟାଳିବାରେ ସେ ସହାୟତା କରିଥିଲେ। ଏଥିପାଇଁ ତାଙ୍କୁ ‘ଟ୍ରବୁଲସୁଟର’ ବୋଲି କୁହାଯାଉଥିଲା।
ଅସୁସ୍ଥତା ଯୋଗୁଁ ଗତ ବର୍ଷ ଏପ୍ରିଲରୁ ଜେଟ୍ଲି ତାଙ୍କ କାର୍ଯ୍ୟାଳୟକୁ ଆସିବା ବନ୍ଦ କରିଦେଇଥିଲେ। ଏହି ସମୟରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ସମ୍ଭାଳି ଥିଲେ।। ତେବେ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ସେ ୨୩ ଅଗଷ୍ଟ ୨୦୧୮ରେ ପୁଣି ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ନେଇଥିଲେ।
ସୂଚନାଯୋଗ୍ୟ ଯେ କର୍କଟ ଓ କିଡ୍ନି ଜନିତ ରୋଗରେ ପୀଡ଼ିତ ଜେଟ୍ଲିଙ୍କ ସ୍ବାସ୍ଥ୍ୟରେ ଅଚାନକ ଅବନତି ଘଟିବା ଏବଂ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଗତ ୯ ତାରିଖ ଦିନ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା। ଜେଟ୍ଲି ଦୀର୍ଘ ଦିନ ହେଲା କିଡ୍ନି ସଂକ୍ରାନ୍ତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ମେ’ ୨୦୧୮ରେ ତାଙ୍କର କିଡ୍ନି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା। ଏହା ବ୍ୟତୀତ ସେ କର୍କଟ ରୋଗର ବି ସାମ୍ନା କରୁଥିଲେ। ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ।
ଜେଟ୍ଲିଙ୍କ ବିୟୋଗରେ ଦେଶବ୍ୟାପୀ ଗଭୀର ଶୋକ ପ୍ରକାଶ ପାଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ପ୍ରମୁଖ ନେତାମାନେ ଶୋକବ୍ୟକ୍ତ କରିଛନ୍ତି। ଶେଷ ଦର୍ଶନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଜେଟ୍ଲିଙ୍କ ବାସଭବନରେ ବିପୁଳ ସମାଗମ ଦେଖିବାକୁ ମିଳିଛି। ଜେଟ୍ଲିଙ୍କ ବିୟୋଗ ଖବର ଶୁଣିବା ପରେ ହାଇଦ୍ରାବାଦ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଗସ୍ତ କାଣ୍ଟଛାଟ କରି ଦିଲ୍ଲୀ ଫେରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବିଦେଶ ଗସ୍ତରେ ଯାଇ ୟୁଏଇରେ ଅଛନ୍ତି ଏବଂ ସେଠାରୁ ଜି-୭ ସମ୍ମିଳନୀରେ ଯୋଗଦେବାକୁ ଫ୍ରାନ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ୟୁଏଇରୁ ଜେଟ୍ଲିଙ୍କ ପତ୍ନୀ ସଂଗୀତା ଏବଂ ପୁଅ ରୋହନଙ୍କ ସହ ଫୋନ୍ରେ କଥା ହୋଇ ସେମାନଙ୍କୁ ସାନ୍ତ୍ବନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତ ସଂପୂର୍ଣ୍ଣ କରି ଫେରିବାକୁ ଜେଟ୍ଲିଙ୍କ ପରିବାର ସଦସ୍ୟ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/arun-jetly-final.jpg)