ସଙ୍କଟମୋଚକ, ଜେଟ୍‌ଲିଙ୍କ ଚର୍ଚ୍ଚିତ ପଦକ୍ଷେପ

ଜରୁରୀ ପରିସ୍ଥିତି ବିରୋଧରେ ‘ପ୍ରଥମ ସତ୍ୟାଗ୍ରହୀ’

ବିମୁଦ୍ରୀକରଣ ଜିଏସ୍‌ଟି ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କ୍‌ରପ୍‌ସି କୋଡ୍‌ କଳାଧନ ନିୟମ ବେନାମି କାରବାର ନିୟମ ସାମାଜିକ ସ୍କିମ୍‌ ପାଇଁ ଡିବିଟି ସରକାରୀ ବ୍ୟାଙ୍କରେ ମିଶ୍ରଣ ମୁଦ୍ରାନୀତି କମିଟି ଗଠନ ଏନ୍‌ପିଏ ସମସ୍ୟାର ମୁକାବିଲା ଜନ ଧନ ଖାତା ସଂଖ୍ୟା ବଢ଼ାଇବା ଏଫ୍‌ଡିଆଇ ନିୟମ କୋହଳ

ଜରୁରୀ ପରିସ୍ଥିତି ବିରୋଧରେ ‘ପ୍ରଥମ ସତ୍ୟାଗ୍ରହୀ’
ନୂଆଦିଲ୍ଲୀ : ଜୁନ୍‌ ୨୫, ୧୯୭୫ରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ପରଦିନ ସକାଳ ତଥା ଜୁନ୍‌ ୨୬ ତାରିଖରେ ଅରୁଣ ଜେଟ୍‌ଲି ଅନେକ ସଂଖ୍ୟାରେ ଲୋକଙ୍କୁ ଏକଜୁଟ୍‌ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ତାଙ୍କ ନିଜ ଭାଷାରେ ସେ ଥିଲେ ଜରୁରୀ ପରିସ୍ଥିତି ବିରୋଧରେ ପ୍ରଥମ ସତ୍ୟାଗ୍ରହୀ। ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୧୯ ମାସ ସେ ଜେଲ୍‌ରେ ରହିଥିଲେ। ‘ଡିଫାଇନିଙ୍ଗ ଇଣ୍ଡିଆ : ଥ୍ରୁ ଦେୟାର ଆଇଜ୍‌’ରେ ଜେଟ୍‌ଲି କହିଥିଲେ, ଏମର୍ଜେନ୍ସି ଜାରି ହେବାଦିନ ମଧ୍ୟରାତ୍ରିରେ ତାଙ୍କୁ ଗିରଫ କରିବାପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ ଖସି ଯାଇଥିଲେ। ତା’ ପରଦିନର ଆନ୍ଦୋଳନ ସମୟରେ ତାଙ୍କୁ ଗିରଫ କରାଯାଇଥିଲା।

ପାରିବାରିକ ଜୀବନ
ଅରୁଣ ଜେଟଲୀ ୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା କି‌ଶନ ଜେଟଲି ଜଣେ ଓକିଲ ଥିଲେ ଓ ମା’ଙ୍କ ନାମ ରତନ ପ୍ରଭା ଜେଟଲି। ନୂଆଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲ୍‍ରୁ ପ୍ରାଥମିକ ଶିକ୍ଷାପରେ ଜେଟଲି ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ଡିଗ୍ରି ହାସଲ କରିଥିଲେ। ପରେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ । ଜମ୍ମୁ କଶ୍ମୀରର ପୂର୍ବ ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଂଗୀତାଙ୍କୁ ୧୯୮୨ରେ ଜେଟ୍‌ଲି ବିବାହ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ହେଲେ ରୋହନ ଏବଂ ସୋନାଲି।

ସମ୍ବନ୍ଧିତ ଖବର