ଅରୁଣାଚଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରୁ ୧.୮ କୋଟି ଟଙ୍କା ଜବତ!

ନୂଆଦିଲ୍ଲୀ : କଂଗ୍ରେସ ଆଜି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଅରୁଣାଚଳରେ ଭୋଟ୍‌ ପାଇଁ ଟଙ୍କା କାରବାର ଚାଲିଛି ଏବଂ ‌ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଗାଡ଼ିରୁ ୧.୮ କୋଟି ଟଙ୍କା ଜବତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ପ୍ରମାଣ ସ୍ବରୂପ ଏ ବାବଦ ଭିଡିଓ ମଧ୍ୟ ଜାରି କରିଛି। ରାଜ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୢାଲିର ମାତ୍ର କିଛି ସମୟ ପୂର୍ବରୁ ପସିଘାଟ୍‌ରୁ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରୁ ଟଙ୍କା ଜବତ ହୋଇଛି ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି। ବିଜେପି ଉତ୍ତରପୂର୍ବରେ ଭୋଟରମାନଙ୍କୁ ପ୍ରଲୋଭିତ କରିବାପାଇଁ ଟଙ୍କା ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ନିର୍ବାଚନ କମିସନ୍‌ ମାମଲା ରୁଜୁ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ସମ୍ବନ୍ଧିତ ଖବର