ଅରୁଣାଚଳ ହେଲିକପ୍ଟର୍ ଦୁର୍ଘଟଣାରେ ମୃତ ସୈନ୍ୟଙ୍କ ଶବ କାର୍ଡବୋର୍ଡ ବକ୍ସ୍ରେ ପଠାଇବା ପ୍ରଥା ବିରୁଦ୍ଧ: ସେନା
ନୂଆଦିଲ୍ଲୀ: ତଓ୍ଵାଙ୍ଗ୍ ଠାରେ ଘଟିଥିବା ହେଲିକପ୍ଟର୍ ଦୁର୍ଘଟଣାରେ ମୃତ ସାତ ଜଣ ସେନା ଅଧିକାରୀଙ୍କ ଛିନ୍ନବିଚ୍ଛିନ୍ନ ଶବ ସବୁକୁ କାର୍ଡବୋର୍ଡ ବକ୍ସ୍ରେ ପଠାଯାଇଥିବା କଥା ରବିବାର ଦିନ ଜଣାପଡ଼ିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ମର୍ମାହତ ହୋଇ ଥିବା ସେନା ଟୁଇଟ୍ରେ ଉଲ୍ଲେଖ କରିଛି କି, ନିହତ ସୈନିକମାନଙ୍କୁ ପୂର୍ଣ୍ଣ ସାମରିକ ସମ୍ମାନ ମିଳୁଥିବାରୁ ସ୍ଥାନୀୟ ସମ୍ବଳରେ ଶବ ସବୁକୁ ଆବୃତ କରିବା ପ୍ରଥା ବିରୋଧୀ।
ସେମାନଙ୍କ ମାତୃଭୂମୀ ଭାରତର ସେବା ନିମନ୍ତେ ଗତକାଲି ଗୋଡ଼ କାଢ଼ି ଥିଲେ ସାତ ଜଣ ଯୁବକ। ଏମିତି ସେମାନେ ଘରକୁ ଫେରିଲେ ବୋଲି ଶବ ସବୁରୁ ଚିତ୍ର ସହ ଟୁଇଟ୍ କରିଛନ୍ତି ପୂର୍ବତନ ନର୍ଦନ୍ ଆର୍ମି କମାଣ୍ଡର୍ ଲେଫ୍ଟ୍ନାଣ୍ଟ୍ ଜେନେରାଲା (ସେବାନିବୃତ) ଏଚ୍ଏସ୍ ପନାଗ୍।
ଏ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରି ଆର୍ମିର ଆଡିସ୍ନାଲ୍ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ପବ୍ଲିକ୍ ଇନ୍ଫର୍ମେସନ୍ ଟୁଇଟ୍ କରିଛନ୍ତି ଯେ ବଡ଼ି ବ୍ୟାଗ୍ରେ ଶବାଧାର ରହିଛି, କାଠ ବାକ୍ସ ଏବଂ କଫିନ୍ ଯୋଗାଇ ଦିଆଯିବ।
ନିହତ ସୈନିକମାନଙ୍କୁ ସର୍ବଦା ପୂର୍ଣ୍ଣ ସାମରିକ ସମ୍ମାନ ଦିଆ ଯାଇଥାଏ। ବଡ଼ି ବ୍ୟାଗ୍ରେ ଶବାଧାର ରହିଛି। କାଠ ବାକ୍ସ ଏବଂ କଫିନ୍ ଯୋଗାଇ ଦିଆଯିବ ବୋଲି ଟୁଇଟ୍ କହୁଛି।
ସ୍ଥାନୀୟ ସମ୍ବଳରେ ଶବ ସବୁକୁ ଆବୃତ କରିବା ଏକ ପରମ୍ପରା ବିରୋଧୀ କାର୍ଯ୍ୟ ବୋଲି ମଧ୍ୟ ଟୁଇଟ୍ କହିଛି।
ଗୌହାଟିରେ ଥିବା ସମୟରେ ଶବ ସବୁର ଫଟୋ ଉତ୍ତୋଳନ କରାଯାଇଥିବା କଥା ଜଣେ କର୍ମଚାରୀ କହନ୍ତି।
ଲେଫ୍ଟ୍ନାଣ୍ଟ୍ ଜେନେରାଲା (ଅବସରପ୍ରାପ୍ତ) ପନାଗ କହନ୍ତି, ଆଳଙ୍କାରିକ କଫିନ୍ ନ ମିଳିବା ପର୍ଯ୍ୟନ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଶବ ସବୁକୁ ଉଚିତ ମିଲିଟାରି ବ୍ୟାଗ୍ରେ ଅଣାଯିବା କଥା।
ଫଟୋ ପ୍ରଘଟ ହେବା ପରେ ବହୁ ଲୋକ ମଧ୍ୟ ଟୁଇଟର୍ରେ ସେମାନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।
ଅରୁଣାଚଳ ପ୍ରଦେଶର ତାଓ୍ଵାଙ୍ଗ୍ ଠାରେ ଶୁକ୍ରବାର ସକାଳେ ଏମ୍ଆଇ-୧୭ ଭି୫ ହେଲିକପ୍ଟର୍ ଧ୍ୱଂସ ହେବାରୁ ପାଞ୍ଚ ଜଣ ଆଇଏଏଫ୍ କର୍ମଚାରୀଙ୍କ ସମେତ ଦୁଇ ଜଣ ପାଇଲଟ୍ ନିହତ ହୋଇଥିଲେ।