ଚୀନ ଅଟକାଇଥିବା ପାଣି ଏବେ ଓଭରଫ୍ଲୋ କରୁଛି, ଅରୁଣାଚଳରେ ବନ୍ୟା ଆଶଙ୍କା, ଭୁବନେଶ୍ୱରରୁ ଏୟାରଲିଫ୍ଟ ହେଲେ ୮ ୟୁନିଟ୍‌ ଏନଡିଆରଏଫ ଟିମ

ନୂଆଦିଲ୍ଲୀ: ଚୀନ ତିବ୍ଦତର ୟାରଲଙ୍ଗ ସାଙ୍ଗପୋ ନଦୀର ଜଳକୁ ଅଟକାଇ ରଖିଥିଲା ବର୍ତ୍ତମାନ ଏହି ନଦୀ ଜଳସ୍ତର ବୃଦ୍ଧି ପାଇ ଉବୁଟୁବୁ ଅବସ୍ଥା। ଯେ କୌଣସି ମୁହୂର୍ତ୍ତରେ ଚୀନ ୟାରଲଙ୍ଗ ସାଙ୍ଗପୋ ନଦୀର ଜଳକୁ ଛାଡ଼ିଦେଲେ ବ୍ରହ୍ମପୁତ୍ର ଓ ସାଙ୍ଗପୋ ନଦୀରେ ବନ୍ୟା ଆସି ଆସାମ ଓ ଅରୁଣାଚଳ ପ୍ରଦେଶରେ ପ୍ରବଳ କ୍ଷତି କରିପାରେ। ବନ୍ୟା ଆଶଙ୍କା ବୃଦ୍ଧି ପାଇଥିବା କାରଣୁ ଭୁବନେଶ୍ୱରକୁ ତିତଲି ସାମୁଦି୍ରକ ଝଡ଼ ଓ ବନ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନଡିଆରଏଫ ଟିମଙ୍କୁ ଓଡ଼ିଶାରୁ ଏୟାରଲିଫ୍‌ଟ କରାଯାଇ ଅରୁଣାଚଳ ପ୍ରଦେଶର ପାଶିଘାଟକୁ ନିଆଯାଇଛି।
ସୂଚନାଯୋଗ୍ୟ ଯେ ଗତକାଲି ଅରୁଣାଚଳପ୍ରଦେଶରର ପଶ୍ଚିମ ସିୟାଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଥିଲା। ନଦୀ କୂଳକୁ ନ ଯିବା ସହିତ ମାଛ ଧରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା। ଚୀନ ଅଟକାଇ ରଖିଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀର ପାଣି ହଠାତ ଛାଡ଼ିଦିଏ ତେବେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଆସାମ ଓ ଅରୁଣାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବନ୍ୟା ସତର୍କତା ଆଡଭାଇଜାରି ଘୋଷଣା କରାଯାଇଛି।


ସୂଚନାଯୋଗ୍ୟ ଯେ ଚୀନ ତିବ୍ଦତର ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଏକ କୃତିମ ହ୍ରଦ ସୃଷ୍ଟି କରି ଏହାର ଜଳପ୍ରବାହକୁ ରୋକି ଦେଇଥିଲା। ବର୍ତ୍ତମାନ ଏହି କୃତିମ ହ୍ରଦରେ ପାଣି ଭର୍ତ୍ତି ହୋଇ ଓଭରଫ୍ଲୋ କରୁଛି। ଭାରତ ଠାରୁ ୧୦୦ କିଲୋମିଟର ଦୂରରେ ଭୂସ୍ଫଳନଯୋଗୁଁ ଏହି ହ୍ରଦ ନିର୍ମାଣ ହୋଇଛି। ଏହି ହ୍ରଦ ଯୋଗୁଁ ଅରୁଣାଚଳପ୍ରଦେଶର ସିଆଙ୍ଗ ନଦୀର ପାଣି ଶୁଖିଯାଇଛି ଓ ଏହି ହ୍ରଦ ରୁ ପାଣି ଛଡ଼ାଗଲେ ଏହା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ୟାରଲୁଙ୍ଗ ସାଙ୍ଗପୋ (ତିବ୍ଦତ) ସିଆଙ୍ଗ (ଅରୁଣାଚଳପ୍ରଦେଶ), ବ୍ରହ୍ମପୁତ୍ର (ଆସାମ) ଗୋଟିଏ ନଦୀ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ଜଣାଯାଏ। ଆଜି ସକାଳେ ଚୀନର ରାଜଧାନୀ ବେଇଜିଂରେ ଥିବା ଭାରତର ରାଷ୍ଟ୍ରଦୂତ ଭିଡ଼ିଓ କନପରେନ୍ସିଂ ଜରିଆରେ ଅରୁଣାଚଳପ୍ରଦେଶ ସରକାରଙ୍କୁ ଦହ୍ରରୁ ଜଳ ଓଭରଫ୍ଲୋ ହେବା ଆରମ୍ଭ କରିଛି ଓ ଏହା ସିଆଙ୍ଗ ନଦୀରେ ତଳମୁଣ୍ଡକୁ ପ୍ରବାହିତ ହେଉଥିବାନେଇ ସୂଚନା ଦେଇଛନ୍ତି।
ତେଣୁ ଆଜି ରାତିରେ ସିଆଙ୍ଗନଦୀର ଜଳସ୍ତର ହଠାତ ବଢ଼ିଯାଇପାରେ ବୋଲି କୁହାଯାଉଛି। ସେହପରି ଯଦି ହ୍ରଦର ବନ୍ଧ ଭାଙ୍ଗିଯାଏ ତେବେ ସେକେଣ୍ଡ ପ୍ରତି ୮୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହୋଇ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ସିଆଙ୍ଗ ନଦୀ ପ୍ରବାହିତ ଅଞ୍ଚଳରେ ବନ୍ୟା ଅଶଙ୍କା ଥିବାରୁ ବିଭିନ୍ନ ଭାବେ ଲୋକମାନଙ୍କୁ ସଚେତନ କରାଯିବା ସହିତ ଖାଲୁଆ ଅଞ୍ଚରୁ ଲୋକଙ୍କୁ ସ୍ଥାନାନ୍ତର କରଯାଉଛି। ସେହିିପରି ସମ୍ଭାବ୍ୟ ବନ୍ୟାରେ ଉଦ୍ଧାରକାର୍ଯ୍ୟ କରିବା ପାଇଁ ଓଡ଼ିଶାରେ ମୂତୟନ ଏନଡିଆରଏଫର ୮ ୟୁନିଟ୍‌କୁ ଏ୍ରାରଲିଫ୍‌ଟ ଜରିଆରେ ଅରୁଣାଚଳପ୍ରଦେଶକୁ ପଠାଯାଇଛି।

ସମ୍ବନ୍ଧିତ ଖବର