ଶାହ, କେଜ୍ରିୱାଲ୍‌ଙ୍କ ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଦିଲ୍ଲୀରେ ପ୍ରମୁଖ ଦଳ ମାନଙ୍କ ମଧ୍ୟ‌ରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରବିନ୍ଦ କେଜ୍ରିୱାଲ୍‌ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଦିଲ୍ଲୀ‌ରେ ଗୋଟିଏ ଅଞ୍ଚଳରେ ରୢାଲି କରିଛନ୍ତି। ଦକ୍ଷିଣପଶ୍ଚିମ ଦିଲ୍ଲୀର ମତିଆଲାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶାହ ଏବଂ କେଜ୍ରିୱାଲ୍‌ ରୢାଲି ଓ ରୋଡ୍‌ସୋ‌ କରିଛନ୍ତି। ପ୍ରଥମେ କେଜ୍ରିୱାଲ୍‌ ସକାଳେ ରୋଡ୍‌ସୋ କରିଥିଲେ ଏବଂ ସନ୍ଧ୍ୟାରେ ଅମିତ ଶାହ ଏହି ଅଞ୍ଚଳରେ ରୢାଲି କରିଛନ୍ତି। ଆଜି ସନ୍ଧ୍ୟାରେ ମଧ୍ୟ କେଜ୍ରିୱାଲ୍‌ ଏକ ‌ବୈଠକରେ ଯୋଗ ଦେଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୧୧ ତାରିଖରେ ନିର୍ବାଚନ ଫଳାଫଳ ଆସିବ।

ସମ୍ବନ୍ଧିତ ଖବର