କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ପାଇଁ ଇମେଲ୍‌ରେ ଧମକ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ପାଇଁ ଇମେଲ୍‌ରେ ଧମକ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଇମେଲ୍‌କୁ ଗତ ୯ ତାରିଖରେ ଏହି ଇମେଲ୍‌ ଆସିଥିଲା। ଏଭଳି ଏକ ଧମକପୂର୍ଣ୍ଣ ଇମେଲ୍‌ ପାଇବା ପରେ କେଜ୍ରିୱାଲ୍‌ଙ୍କ ଝିଅଙ୍କ ସୁରକ୍ଷା ପାଇଁ ଜଣେ ପିଏସ୍‌ଓ (ପ୍ରୋଟେକ୍ଟିଭ୍‌ ସର୍ଭିସ ଅଫିସର) ନିୟୋଜିତ ହୋଇଛନ୍ତି। ସାଇବର ସେଲ୍‌ ଏହି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର