ଦିଲ୍ଲୀରେ ପିଆଜ ଦର କମ କରିବେ ଅରବିନ୍ଦ କେଜ୍ରିଓ୍ଵାଲ, କିଲୋପିଛା ଏତିକି ଟଙ୍କା ଦେଇ ପିଆଜ କିଣିବେ ଲୋକେ

ନୂଆଦିଲ୍ଲୀ : ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର । ବିଗତ ୪ବର୍ଷ ମଧ୍ୟରେ ଏହି ଦର ସବୁଠୁ ଅଧିକ ବୋଲି ଜଣା ପଡ଼ିଥିବା ବେଳେ ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ପଡ଼ିଲେଣି । ତେବେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସମାଧାନର ବାଟ ଖୋଜିଛନ୍ତି । ଖୁବ୍‌ ଶୀଘ୍ର ଦିଲ୍ଲୀବାସୀ କମ ଦାମ୍‌ରେ ପିଆଜ ପାଇ ପାରିବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ । ସରକାର ଏବେ ପିଆଜ କିଣୁଥିବା ବେଳେ ୧୦ଦିନ ମଧ୍ୟରେ ଏହାର ବିକ୍ରି ଆରମ୍ଭ ହେବ । ୧୦ଦିନ ମଧ୍ୟରେ ଲୋକେ କିଲୋ ପିଛା ୨୪ଟଙ୍କା ଦେଇ ପିଆଜ କିଣି ପାରିବେ । ମୋବାଇଲ୍‌ ଭ୍ୟାନ୍‌ ଦ୍ୱାରା ସରକାର ପିଆଜର ବିକ୍ରି ଆରମ୍ଭ କରିବେ ବୋଲି ଜଣା ପଡ଼ିଛି ।

Image result for arvind-kejriwal-says-delhi-govt-supply-onion-on-rs-24-per-kg
News Nation

ପିଆଜର ଦରବୃଦ୍ଧିକୁ ନେଇ କେଜ୍ରିଓ୍ଵାଲଙ୍କୁ ପ୍ରଶ୍ନ କରାଯିବା ପରେ, ପିଆଜ ଦରକୁ ନେଇ ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛି, ଯେମିତି ୨-୩ବର୍ଷ ତଳେ ଆମେ କରିଥିଲୁ । ୨୪ଟଙ୍କାରେ ବିଭିନ୍ନ ଦୋକାନ ଏବଂ ମୋବାଇଲ୍‌ ଭ୍ୟାନ୍‌ ମାଧ୍ୟମରେ ଲୋକଙ୍କୁ ପିଆଜ ଯୋଗାଇବା ପାଇଁ ଆମେ ଚେଷ୍ଟା କରୁଛୁ । ୧୦ଦିନ ମଧ୍ୟରେ ଲୋକେ ଏହି ସମସ୍ୟାରୁ ମୁକୁଳିବେ ବୋଲି କହିଥିଲେ କେଜ୍ରିଓ୍ଵାଲ ।

ସମ୍ବନ୍ଧିତ ଖବର