‘ମାଗଣା ଜିନିଷ’ ଅର୍ଥନୀତି ଲାଗି ଉତ୍ତମ: ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକମାନଙ୍କ ନିମନ୍ତେ ‘ମାଗଣା ଜିନିଷ’ ଘୋଷଣା କରି ବିରୋଧୀଙ୍କ ସମାଲୋଚନାର ସରବ୍ୟ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମି ପାର୍ଟିର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି ଯେ ସୀମିତ ପରିମାଣର ‘ମାଗଣା ଜିନିଷ’ ଅର୍ଥନୀତି ନିମନ୍ତେ ଉତ୍ତମ।

ଶୁକ୍ରବାର ଦିନ କେଜ୍ରିଓ୍ଵାଲ୍‌ ଟୁଇଟ୍‌ କରି ଲେଖିଛନ୍ତି: ସୀମିତ ପରିମାଣର ‘ମାଗଣା ଜିନିଷ’ ଅର୍ଥନୀତି ଲାଗି ଉତ୍ତମ। ଏଥିଯୋଗୁଁ ଗରିବ ଲୋକେ ପଇସା ରଖିପାରିବେ। ଫଳରେ ବଜାରରେ ଚାହିଦା ବଢ଼ିବ। କିନ୍ତୁ ଏହାକୁ ଏଭଳି ସୀମିତ କରାଯିବା ଉଚିତ ଯେମିତି ଏଥିଯୋଗୁଁ କୌଣସି ଅତିରିକ୍ତ ଟିକସ ଲାଗୁ କରିବାକୁ ପଡ଼ିବନାହିଁ। ନଚେତ ବଜେଟ୍‌ ନିଅଣ୍ଟିଆ ହୋଇଯିବ।

ଗୁରୁବାର ଦିନ ବିଜେପି ନେତା ମନୋଜ ତିଓ୍ଵାରି କହିଥିଲେ ଯେ ‘ଆପ୍‌’ର ମାଗଣା ପାଣି ଓ ବିଜୁଳି କଥାରେ ଦିଲ୍ଲୀ ଭୋଟର୍‌ ଭଳି ଯିବେ ନାହିଁ। ଆପ୍‌ ସରକାରଙ୍କ ‘ମାଗଣା ଜିନିଷ’ ଅପେକ୍ଷା ନିର୍ବାଚନ, ନିରାପତ୍ତା ଓ ପ୍ରଗତି ଆଧାରିତ ହେବ।

Image Source: Zee News

କେଜ୍ରିଓ୍ଵାଲ୍‌ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୋଟାଏ ରାଲିରେ ଉଦ୍‌ବୋଧନ ଦେବା ସମୟରେ କହିଥିଲେ।

ଏ କଥାରେ ପ୍ରତିକ୍ରିୟା ପ୍ରକାଶ କରି କେଜ୍ରିଓ୍ଵାଲ୍‌ ଟୁଇଟ୍‌ କରିଥିଲେ: ଦିଲ୍ଲୀରେ ଆମେ ମାଗଣା ବିଜୁଳି ସହ ମାଗଣା ଓ୍ଵାଇଫାଇ ବ୍ୟବସ୍ଥା କରିଥିଲୁ। ଦିଲ୍ଲୀରେ ୨୦୦ ୟୁନିଟ୍‌ ବିଜୁଳି ମାଗଣା ଦିଆଯାଉଛି।

୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରି ୮ ତାରିଖରେ ଆୟୋଜନ କରାଯାଉଛି ଏବଂ ଫେବ୍ରୁଆରି ୧୨ ତାରିଖରେ ଭୋଟ୍‌ ଗଣନା କରାଯିବ।

ସମ୍ବନ୍ଧିତ ଖବର