ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ମାର୍ଚ୍ଚ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଧାରଣାରେ ବସିବେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ମାର୍ଚ୍ଚ ୧ ତାରଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଧାରଣାରେ ବସିବେ। ଆଜି ଦିଲ୍ଲୀ ବିଧାନସଭା ଗୃହ ମଧ୍ୟରେ ଏହି ଘୋଷଣା କରିବା ସହ, କେନ୍ଦ୍ର ସରକାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କଲା ପର୍ଯ୍ୟନ୍ତ ତାଙ୍କର ଏହି ଅନଶନ ଧାରଣା ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଅଭିଯୋଗ କରି କହିଛନ୍ତି ଯେ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସମସ୍ତ ରାଜ୍ୟରେ ଗଣତନ୍ତ୍ରର ଶାସନ ଚାଲିଛି। ଜନ ସାଧାରଣ ଭୋଟ ଦେଇ ସରକାର ଗଢ଼ୁଛନ୍ତି ଏବଂ ଜନତାଙ୍କ ଭୋଟ ଆଧାରରେ କ୍ଷମତାକୁ ଆସୁଥିବା ସରକାର ଶାସନ କରୁଛନ୍ତି। କିନ୍ତୁ, ଦିଲ୍ଲୀ ହେଉଛି ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ। ଦିଲ୍ଲୀରେ ଜନତାଙ୍କ ଭୋଟରେ ନିର୍ବାଚିତ ହୋଇ କ୍ଷମତାକୁ ଆସୁଥିବା ବା ଶାଦନ କରୁଥିବା ସରକାର ପାଖରେ କୌଣସି କ୍ଷମତା ନାହିଁ। ଦିଲ୍ଲୀ ସରକାରଙ୍କ ଗଣତାନ୍ତ୍ରିକ କ୍ଷମତାରେ ସମସ୍ତେ ସବୁବେଳେ ହସ୍ତକ୍ଷେପ କରୁଛନ୍ତି।

ଏହାକୁ ଆଉ ବରଦାସ୍ତ କରାଯାଇ ପାରିବ ନାହିଁ। ତେଣୁ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବୀ କରିବା ସହ ଦାବୀ ପୂରଣ ହେଲା ପର୍ଯ୍ୟନ୍ତ ଆସନ୍ତା ମାର୍ଚ୍ଚ ୧ ତାରଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଧାରଣାରେ ବସିବେ ବୋଲି ଆଜି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ।

ସମ୍ବନ୍ଧିତ ଖବର