ପିଆଜର ବର୍ଦ୍ଧିତ ଦରକୁ ନିୟନ୍ତ୍ରଣକୁ ଆଣିବାଲାଗି କେନ୍ଦ୍ର ସରକାର ନେଲେ ଏହି ବଡ଼ ପଦକ୍ଷେପ

ତୁର୍କୀରୁ ଭାରତକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି ହେବ

ନୂଆଦିଲ୍ଲୀ: ପିଆଜର ବର୍ଦ୍ଧିତ ଦର ଯୋଗୁଁ ଲୋକେ ବିବ୍ରତ ହେଉଥିବାର ଲକ୍ଷ୍ୟ କରି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନରେନ୍ଦ୍ର ମୋଦୀ ସରକାର ବିଦେଶରୁ ପିଆଜ ଆମଦାନି କରି ଲୋକଙ୍କୁ ଉଚିତ ମୂଲ୍ୟରେ ପିଆଜ ଦେବାକୁ ଯାଉଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ତୁର୍କୀରୁ ଭାରତକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରାଯିବ । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେ, ଏମଏମଟିସିକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ସରକାର ମିଶରରୁ ୬୦୯୦ ମିଲିୟନ ଟନ ପିଆଜ ଆମଦାନି କରିଛନ୍ତି । ଏହି ପିଆଜ ଡିସେମ୍ବର ମାସ ଶେଷ ଭାଗରେ ଭାରତରେ ପହଞ୍ଚିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। । ଏହା ପରେ ଲୋକଙ୍କୁ ପିଆଜ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ବି କୁହାଯାଇଛି ।

Image Source-OneIndia

କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶୱାନ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏମଏମଟିସିକୁ ତୁର୍କୀରୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପିଆଜ ଡିସେମ୍ବର ଶେଷ ଅଥବା ଜାନୁୟାରୀ ଆରମ୍ଭରେ ପହଞ୍ଚିବ ।

ସମ୍ବନ୍ଧିତ ଖବର