ଜେଲ୍‌ରୁ ଆଶାରାମଙ୍କ ପ୍ରବଚନ!

ଯୋଧପୁର : ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ୍‌ ବାପୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଏବେ ଜେଲ୍‌ରେ ଥିବାବେଳେ ସେଠାରୁ ଫୋନ୍‌ ଯୋଗେ ଦେଇଥିବା ପ୍ରବଚନର ଅଡିଓ କ୍ଲିପ୍‌ ଭାଇରାଲ ହୋଇଛି। ଅଡିଓ କ୍ଲିପ୍‌ରେ ଆଶାରାମ୍‌ ତାଙ୍କ ସମର୍ଥକଙ୍କୁ କହୁଛନ୍ତି ଯେ ଜେଲ୍‌ରେ ସେ ଆଉ ବେଶୀ ଦିନ ରହିବେ ନାହିଁ। ଖୁବ୍‌ ଶୀଘ୍ର ତାଙ୍କପାଇଁ ଭଲ ଦିନ ଆସିବ ଏବଂ ସେ ଜେଲ୍‌ରୁ ମୁକୁଳିବେ। ତଳ କୋର୍ଟ ତାଙ୍କ ମାମଲାରେ ଭୁଲ୍‌ କରିଛି ଏବଂ ଉପର ଅଦାଲତରେ ଠିକ୍‌ ନ୍ୟାୟ ମିଳିବ ବୋଲି ସେ କହୁଥିବା ଶୁଣିବାକୁ ମିଳିଛି। ତେବେ ବାବା ଜେଲ୍‌ରେ ଥିବାବେଳେ ଜେଲ୍‌ ଭିତରୁ ତାଙ୍କର ପ୍ରବଚନ କିଭଳି ବାହାରକୁ ଗଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର