ଆଶାରାମ୍‌ ଦୁଷ୍କର୍ମ ମାମଲା :ପୀଡ଼ିତାଙ୍କୁ ଚାକିରି ଲୋଭ ଦେଖାଉଥିଲେ ବାବା

ଯୋଧପୁର : ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ୍‌ ବାପୁ ତାଙ୍କ ଆଶ୍ରମରେ ଅନେକ ଝିଅଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ତେବେ ସେ ସମସ୍ତଙ୍କୁ ଚୁପ୍‌ ରହିବାପାଇଁ ଧମକ ଦେବା ସହ ସେମାନଙ୍କୁ ଚାକିରି ଦେବାର ଲୋଭ ଦେଖାଇଥାନ୍ତି। ୟୁପିର ଉକ୍ତ ୧୬ ବର୍ଷୀୟା ପୀଡ଼ିତାଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ଏହାର ପୁନରାବୃତ୍ତି ହୋଇଥିଲା। କିନ୍ତୁ ପୀଡ଼ିତା ଜଣଙ୍କ ସବୁକଥା ତାଙ୍କ ବାପା ମା’ଙ୍କ ଆଗରେ କହିଦେବାପରେ ଆଶାରାମ୍‌ ଅଡ଼ୁଆରେ ପଡ଼ିଥିଲେ। ପୀଡ଼ିତା ଜଣଙ୍କ ବାବାଙ୍କ ମଧ୍ୟପ୍ରଦେଶ ସ୍ଥିତ ଛିନ୍ଦଓ୍ଵାଡ଼ା ଆଶ୍ରମରେ ପଢ଼ୁଥିଲେ। କିନ୍ତୁ ବାବା ତାଙ୍କ ଭୂତ ଛଡ଼ାଇବା ବାହାନାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି କଥା କାହା ଆଗରେ ନ କହିବାପାଇଁ ଆଶାରାମ୍‌ ତାଙ୍କୁ କହିଥିଲେ। ପୀଡ଼ିତାଙ୍କ କହିବା ଅନୁଯାୟୀ ଆଶାରାମ୍‌ ତାଙ୍କୁ ଚାକିରିର ଲୋଭ ଦେଖାଇଥିଲେ। ତାଙ୍କ ସ୍କୁଲ୍‌ରେ ପ୍ରିନ୍ସପାଲ୍‌ କରିବାର ଲୋଭ ଦେଖାଇ ତାଙ୍କୁ ବିଏଡ୍‌ କରିବାକୁ କହିଥିଲେ ଏବଂ ଏଥିସହ ମାମଲାର ରଫା ଦଫା କରିବାକୁ କହିଥିଲେ। ସେ କହିଥିଲେ ଯେ ସବୁ ବଡ଼ ବଡ଼ିଆ ଅଫିସର ତାଙ୍କରି ଗୋଡ଼ତଳେ ତେଣୁ ସେ କାହାକୁ କିଛି ଅଭିଯୋଗ କଲେ କିଛି ଲାଭ ହେବନି।

ସମ୍ବନ୍ଧିତ ଖବର