ବାଜପେୟୀଙ୍କ ଚିତାଭସ୍ମକୁ ଉତ୍ତରପ୍ରଦେଶରେ ପ୍ରବାହିତ ସମସ୍ତ ନଦୀରେ ବିସର୍ଜନ କରାଯିବ

ନୂଆଦିଲ୍ଲୀ/ ଲକ୍ଷ୍ନୌ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଆଜି ଅପରାହ୍ଣରେ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମ୍‌ୃତିସ୍ଥଳରେ ପଞ୍ଚଭୂତରେ ଲୀନ ହୋଇଯାଇଛି। ପଞ୍ଚଭୂତରେ ଲୀନ ହୋଇଯିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ଉତ୍ତରପ୍ରଦେଶର ସମସ୍ତ ନଦୀରେ ବିସର୍ଜନ କରାଯିବ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ଘୋଷଣା କରାଯାଇଛି। ବାଜପେୟୀଙ୍କ ଚିତାଭସ୍ମକୁ ଉତ୍ତରପ୍ରଦେଶ ଦେଇ ପ୍ରବାହିତ ପବିତ୍ର ଗଙ୍ଗା ନଦୀ ଠାରୁ ଆରମ୍ଭ କରି ଯମୁନା, ତପ୍ତୀ, ଗୋମତି, ସିନ୍ଧୁ, ବରୁଣ ସମତେ ରାଜ୍ୟରେ ପ୍ରବାହିତ ସମସ୍ତ ନଦୀର ପ୍ରବାହିତ ଜଳରେ ବିସର୍ଜନ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗୃହୀତ ହୋଇଥିବା ଉତ୍ତରପ୍ରଦେଶର ଜନୈକ ବରିଷ୍ଠ ସରକାରୀ ପଦାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘୋଷଣା କରି କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ରାଜ୍ୟରେ ପ୍ରବାହିତ ସମସ୍ତ ପବିତ୍ର ନଦୀରେ ବିସର୍ଜନ କରାଯିବ।

ସମ୍ବନ୍ଧିତ ଖବର