ଏସିଆନ୍ ଗେମସ୍ ୨୦୧୮: ହଂକଂକୁ ୨୬-୦ ଗୋଲରେ ପରାସ୍ତ କରିବା ସହ ୮୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକିଦଳ
ନୂଆଦିଲ୍ଲୀ: ଏସିଆନ୍ ଗେମସ୍- ୨୦୧୮ରେ ଭାରତୀୟ ପୁରୁଷ ହକିଦଳ ହଂକଂକୁ ଆଜି ୨୬-୦ ଗୋଲରେ ହରାଇବା ସହ ନିଜର ୮୬ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂପ୍ରତି ଜାକାର୍ତା ଠାରେ ଚାଲିଥିବା ଏସିଆନ୍ ଗେମସ୍- ୨୦୧୮ରେ ପୁଲ୍-ଏ ର ଏକ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରିଛି। ପୂର୍ବରୁ କୌଣସି ଅନ୍ତର୍ଜତୀୟ ମ୍ୟାଚ୍ରେ ଏତେ ସଂଖ୍ୟକ ଗୋଲ ବ୍ୟବଧାନରେ ଭାରତ ଅନ୍ୟ କୌଣସି ଦଳକୁ ହରାଇ ନଥିଲା। ପୂର୍ବରୁ ୧୯୩୨ରେ ଆୟୋଜିତ ଅଲିମ୍ପିକ ଗେମସ୍ରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ)କୁ ୨୪-୧ ଗୋଲରେ ପରାସ୍ତ କରିଥିଲା। ଯାହାକି ଭାରତ ପାଇଁ ଏ ଯାବତ୍ ଏକ ରେକର୍ଡ ହୋଇ ରହିଥିଲା। ତେବେ, ବୁଧବାର ଦିନ ଜାକାର୍ତା ଠାରେ ଚାଲିଥିବା ଏସିଆନ୍ ଗେମସ୍ରେ ଭାରତ ହଂକଂକୁ ୨୬-୦ ଗୋଲରେ ହରାଇବା ସହ ନିଜର ୮୬ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି।
ଏସୀୟ କ୍ରୀଡ଼ା-୨୦୧୮ରେ ଭାରତ ଏପର୍ଯ୍ୟନ୍ତ ୪୩ ଟି ଗୋଲ ଦେଇଛି। ଅଗଷ୍ଟ ୨୪ ସନ୍ଧ୍ୟା ୬ଟା ୩୦ରେ ଭାରତର ଆଗାମୀ ମୁକାବିଲା ଜାପାନ ବିପକ୍ଷରେ ହେବ।
ଭାରତର ରୂପିନ୍ଦର ପାଲ ସିଂହ ଅଧିକ ଗୋଲ (୩, ୫, ୩୦, ୪୫ ଓ ୬୦ମିନିଟ) ଦେଇଥିଲେ। ହରମନପ୍ରୀତ ସିଂହ (୨୯,୫୨, ୫୩ ଓ ୫୫ ମିନିଟ)ରେ ଗୋଲ ଦେଇଥିଲେ। ସେହିଭଳି ଆକାଶଦୀପଙ୍କ ହ୍ୟାଟ୍ରିକ ଗୋଲ(୨, ୩୨ ଓ ୩୫ ମିନିଟ) ଦେଇଥିବା ବେଳେ ମନପ୍ରୀତ ସିଂହ (୩ ଓ ୧୭ ମିନିଟ), ଲଲିତ ଉପାଧ୍ୟାୟ (୧୭ ଓ ୧୯ ମିନିଟ), ବରୁଣ କୁମାର (୨୩ ଓ ୩୦ ମିନିଟ), ଏସ.ଭି ସୁନୀଲ ୭ ମିନିଟ, ବିବେକ ସାଗର ପ୍ରସାଦ ୧୪ ମିନିଟ, ମନଦୀପ ସିଂହ ୨୧ ମିନିଟ, ଅମିତ ରୋହୀଦାସ ୨୭ ମିନିଟ, ଦିଲପ୍ରୀତ ସିଂହ ୪୮ ମିନିଟ, ଚିଙ୍ଗଲେନସନା ସିଂହ କାଙ୍ଗୁଜାମ ୫୧ ମିନିଟ, ସିମରନଜୀତ ସିଂହ ୫୩ ମିନିଟ ଓ ସୁରେନ୍ଦ୍ର କୁମାର ୫୫ ମିନଟରେ ଗୋଲ ଦେଇଥିଲେ।