ଏସିଆନ୍‌ ଗେମସ୍‌ ୨୦୧୮: ହଂକଂକୁ ୨୬-୦ ଗୋଲରେ ପରାସ୍ତ କରିବା ସହ ୮୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକିଦଳ

ନୂଆଦିଲ୍ଲୀ: ଏସିଆନ୍‌ ଗେମସ୍‌- ୨୦୧୮ରେ ଭାରତୀୟ ପୁରୁଷ ହକିଦଳ ହଂକଂକୁ ଆଜି ୨୬-୦ ଗୋଲରେ ହରାଇବା ସହ ନିଜର ୮୬ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସଂପ୍ରତି ଜାକାର୍ତା ଠାରେ ଚାଲିଥିବା ଏସିଆନ୍‌ ଗେମସ୍‌- ୨୦୧୮ରେ ପୁଲ୍‌-ଏ ର ଏକ ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରିଛି। ପୂର୍ବରୁ କୌଣସି ଅନ୍ତର୍ଜତୀୟ ମ୍ୟାଚ୍‌ରେ ଏତେ ସଂଖ୍ୟକ ଗୋଲ ବ୍ୟବଧାନରେ ଭାରତ ଅନ୍ୟ କୌଣସି ଦଳକୁ ହରାଇ ନଥିଲା। ପୂର୍ବରୁ ୧୯୩୨ରେ ଆୟୋଜିତ ଅଲିମ୍ପିକ ଗେମସ୍‌ରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)କୁ ୨୪-୧ ଗୋଲରେ ପରାସ୍ତ କରିଥିଲା। ଯାହାକି ଭାରତ ପାଇଁ ଏ ଯାବତ୍‌ ଏକ ରେକର୍ଡ ହୋଇ ରହିଥିଲା। ତେବେ, ବୁଧବାର ଦିନ ଜାକାର୍ତା ଠାରେ ଚାଲିଥିବା ଏସିଆନ୍‌ ଗେମସ୍‌ରେ ଭାରତ ହଂକଂକୁ ୨୬-୦ ଗୋଲରେ ହରାଇବା ସହ ନିଜର ୮୬ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି।

ଏସୀୟ କ୍ରୀଡ଼ା-୨୦୧୮ରେ ଭାରତ ଏପର୍ଯ୍ୟନ୍ତ ୪୩ ଟି ଗୋଲ ଦେଇଛି। ଅଗଷ୍ଟ ୨୪ ସନ୍ଧ୍ୟା ୬ଟା ୩୦ରେ ଭାରତର ଆଗାମୀ ମୁକାବିଲା ଜାପାନ ବିପକ୍ଷରେ ହେବ।

ଭାରତର ରୂପିନ୍ଦର ପାଲ ସିଂହ ଅଧିକ ଗୋଲ (୩, ୫, ୩୦, ୪୫ ଓ ୬୦ମିନିଟ) ଦେଇଥିଲେ। ହରମନପ୍ରୀତ ସିଂହ (୨୯,୫୨, ୫୩ ଓ ୫୫ ମିନିଟ)ରେ ଗୋଲ ଦେଇଥିଲେ। ସେହିଭଳି ଆକାଶଦୀପଙ୍କ ହ୍ୟାଟ୍ରିକ ଗୋଲ(୨, ୩୨ ଓ ୩୫ ମିନିଟ) ଦେଇଥିବା ବେଳେ ମନପ୍ରୀତ ସିଂହ (୩ ଓ ୧୭ ମିନିଟ), ଲଲିତ ଉପାଧ୍ୟାୟ (୧୭ ଓ ୧୯ ମିନିଟ), ବରୁଣ କୁମାର (୨୩ ଓ ୩୦ ମିନିଟ), ଏସ.ଭି ସୁନୀଲ ୭ ମିନିଟ, ବିବେକ ସାଗର ପ୍ରସାଦ ୧୪ ମିନିଟ, ମନଦୀପ ସିଂହ ୨୧ ମିନିଟ, ଅମିତ ରୋହୀଦାସ ୨୭ ମିନିଟ, ଦିଲପ୍ରୀତ ସିଂହ ୪୮ ମିନିଟ, ଚିଙ୍ଗଲେନସନା ସିଂହ କାଙ୍ଗୁଜାମ ୫୧ ମିନିଟ, ସିମରନଜୀତ ସିଂହ ୫୩ ମିନିଟ ଓ ସୁରେନ୍ଦ୍ର କୁମାର ୫୫ ମିନଟରେ ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର