ନିକାହ ହଲାଲା ଆବେଦନକାରୀଙ୍କୁ ଏସିଡ୍‌ ଆକ୍ରମଣ

ଲକ୍ଷ୍ନୌ : ନିକାହ ହଲାଲା ଏବଂ ବହୁ ବିବାହ ପ୍ରଥା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ୟୁପି ବୁଲନ୍ଦର୍‌ର ଜଣେ ଆବେଦନକାରୀ ଏସିଡ୍‌ ଆକ୍ରମଣର ଶିକାର ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଆବେଦନକାରୀ ସବନମ୍‌ ରାନୀ ଗତ ଗୁରୁବାର ଦିନ ତାଙ୍କ ଦିଅରଙ୍କ ଦ୍ୱାରା ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ଶଶୁର ଘରେ ନିର୍ଯାତନାର ଶିକାର ହେଉଥିବା ନେଇ ସବନମ୍‌ ପୁଲିସରେ ଅଭିଯୋଗ କରିବାକୁ ଯାଉଥିବା ସମୟରେ ତାଙ୍କ ଦିଅର ତାଙ୍କୁ ବାଟରେ ଏସିଡ୍‌ ଆକ୍ରମଣ କରିଥିଲେ। ସବନମ୍‌ ଏବେ ଚିକିତ୍ସାଧୀନ ଅଛନ୍ତି। େ ଅନ୍ୟପକ୍ଷେ ସବନମ୍‌ଙ୍କ ଓକିଲ ଏବେ ତାଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ସବନମ୍‌ଙ୍କ ଆବେଦନ ଉପରେ ଶୁଣାଣି ପାଇଁ ରାଜି ହେବା ସହ ସବନମ୍‌ଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର