ଆକାଂକ୍ଷୀ ର‍୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରୁ ୭ ଜିଲ୍ଳା

ନୂଆଦିଲ୍ଲୀ : ନିତି ଆୟୋଗ ଦ୍ୱାରା ଦେଶର ୧୦୮ଟି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ଡେଲ୍‌ଟା ର‍୍ୟାଙ୍କିଙ୍ଗ୍‌ ଆଜି ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୭ଟି ଜିଲ୍ଲାକୁ ସାମିଲ କରାଯାଇଛି। ସାମିଲ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, ଗଜପତି, କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର। ଆକାଂକ୍ଷୀ ଜିଲ୍ଲା ତାଲିକାରେ ଥିବା ଓଡ଼ିଶାର ସମୁଦାୟ ୧୦ଟି ଜିଲ୍ଲାରୁ ଆଉ ୩ଟି ଜିଲ୍ଲାକୁ ଏହି ର‍୍ୟାଙ୍କିଙ୍ଗ୍‌ରେ ସାମିଲ୍‌ କରାଯାଇନାହିଁ। ପରବର୍ତ୍ତୀ ସମୟରେ ଆଉ ୩ଟି ଜିଲ୍ଲା ସାମିଲ୍‌ କରାଯିବ।

ଆଜି ନିତି ଆୟୋଗ ଦ୍ୱାରା ପ୍ରକାଶିତ ହୋଇଥିବା ଡେଲଟା ର‍୍ୟାଙ୍କିଙ୍ଗ୍‌ରେ ମାର୍ଚ୍ଚ ୩୧ ୨୦୧୮ରୁ ମେ’ ୩୧, ୨୦୧୮ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପୌଷ୍ଟିକତା, ଶିକ୍ଷା, କୃଷି ଓ ଜଳସମ୍ପଦ, ଫାଇନାନ୍‌ସିଆଲ ଇନକ୍ଲୁଜନ୍‌ , ଦକ୍ଷତା ବିକାଶ ଓ ଆବଶ୍ୟକୀୟ ଭିତ୍ତିଭୂମି ଆଧାରିତ ୫ଟି ମାନଦଣ୍ଡ ଉପରେ ଜିଲ୍ଲା ଗୁଡ଼ିକର ବୃଦ୍ଧିଶୀଳ ପ୍ରଗତିକୁ ଦର୍ଶାଯାଉଛି। ଡେଲ୍‌ଟା ର‍୍ୟାଙ୍କିଙ୍ଗ୍‌ରେ ଗୁଜରାଟର ପାହୋଦ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ର‍୍ୟାଙ୍କିଙ୍ଗ୍‌ ୨୭, ଗଜପତି ଜିଲ୍ଲା ଏହି ତାଲିକାରେ ୩୩ତମ ସ୍ଥାନରେ ଥିବାବେଳେ କଳାହାଣ୍ଡି ଜିଲ୍ଲା ୪୦, ଢେଙ୍କାନାଳ ୬୬, କନ୍ଧମାଳ ୯୦, ରାୟଗଡ଼ା ୯୪ ଓ ନବରଙ୍ଗପୁର ୯୮ତମ ସ୍ଥାନରେ ରହିଛି। ବଲାଙ୍ଗୀର, ନୂଆପଡ଼ା ଓ କୋରାପୁଟ୍‌ ଜିଲ୍ଲା ଗୁଡ଼ିକୁ ଡେଲ୍‌ଟା ର‍୍ୟାଙ୍କିଂରେ ସାମିଲ୍‌ କରାଯାଇନାହିଁ।

ସମ୍ବନ୍ଧିତ ଖବର