ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ

ରାଞ୍ଚି: ଝାଡ଼ଖଣ୍ଡରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବ‌ାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ‌ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୬୧.୧୯ ପ୍ରତିଶତ ମତଦାନ ହୋଇଛି। ଝାଡ଼ଖଣ୍ଡର ୮ ଜିଲ୍ଲାରେ ସମୁଦାୟ ୧୭ଟି ଆସନରେ ଆଜି ଭୋଟ୍‌ ଥିଲା। ସକାଳ ୭ଟାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‌ ଗ୍ରହଣ କାର୍ଯ୍ୟ ଶେଷ ହୋଇଛି। କିଛି ଆସନରେ ସନ୍ଧ୍ୟା‌ ୫ଟା ସୁଦ୍ଧା ଭୋଟ୍‌ ଶେଷ ହୋଇଥିବା ବେଳେ ଅନ୍ୟ କିଛି ଆସନରେ ଅପରାହ୍ନ ୩ଟାରୁ ଭୋଟ୍‌ ଗ୍ରହଣ ଶେଷ ହୋଇଛି ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ସମୁଦାୟ ୫୬,୧୮,୨୬୭ ଭୋଟରଙ୍କ ମଧ୍ୟରୁ ୬୧.୧୯ ପ୍ରତିଶତ ‌ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୩୦୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଝାଡ଼ଖଣ୍ଡ ବିଧାନସଭାରେ ୮୧ ଆସନ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଆସନ୍ତା ୨୦ ତାରିଖରେ ନିର୍ବାଚନ ଶେଷ ହେବ।

ସମ୍ବନ୍ଧିତ ଖବର