ଆସାମ, ବିହାରରେ ବନ୍ୟା ମୃତ୍ୟୁ ସଂଖ୍ୟା ୫୫ ଛୁଇଁଲା

ନୂଆଦିଲ୍ଲୀ: ଆସାମ ଏବଂ ବିହାରରେ ବନ୍ୟା ଅତି ଭୟଙ୍କର ରୂପ ନେଇଛି। ଏହି ଦୁଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ଏବେ ୫୫ରେ ପହ‌ଞ୍ଚିଲାଣି। ବିହାରରେ ପ୍ରବଳ ବନ୍ୟା ଆସି ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆସାମରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ବିହାରରେ ୧୬ ଜିଲ୍ଲାରେ ୨୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଆସାମରେ ୩୩ ଜିଲ୍ଲାରେ ୪୫ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ପ୍ରତିଶତ ବୁଡ଼ି ଯାଇଛି। ଇତି ମଧ୍ୟ‌ରେ କେନ୍ଦ୍ର ସରକାର ଆସାମ୍‌ ଏସ୍‌ଡିଆରଏଫ୍‌ ( ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି)କୁ ୨୫୧.୫୫ କୋଟି ଟଙ୍କା ଦେଇଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଆସାମ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ଏବଂ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ୧ କୋଟି ଟଙ୍କାର ସହାୟତା ରାଶି ଦେଇଛନ୍ତି।

ସମ୍ବନ୍ଧିତ ଖବର