ଆସାମ : ଆତଙ୍କବାଦୀଙ୍କୁ ନିଜ ଭାଷାରେ ଜବାବ ଦେଲେ ଲୋକେ, ଲୋକଙ୍କ ମାଡରେ ଦୁଇ ଆତଙ୍କବାଦୀ ମୃତ

ତିନସୁକିଆ : ଆସାମର ତିନସୁକିଆ ଜିଲ୍ଲାରେ ତିନିଦିନ ତଳେ ସଂଦିଗ୍ଧ ଆତଙ୍କବାଦୀଙ୍କ ଗୁଳିମାଡରେ ୫ ଜଣ ବଙ୍ଗଳାଭାଷୀ କୃଷକ ନିହତ ହୋଇଥିଲେ । କିନ୍ତୁ ଆଜି ଲୋକମାନେ ଆତଙ୍କବାଦୀଙ୍କୁ ନିଜ ଭାଷାରେ ଜବାବ ଦେଇଛନ୍ତି । ଏପରି ଜବାବ ଯେ ଆତଙ୍କବାଦୀ ବହୁଦିନ ଧରି ମନେ ରଖିବେ । ରାଜ୍ୟର କାଚାର ଜିଲ୍ଲାରେ ଆଜି ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ (ଖପଲାଙ୍ଗ) ଗୋଷ୍ଠୀର ଦୁଇଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଲୋକେ ପିଟିପିଟି ମାରିଦେଇଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ଦିନ ୧୧ଟା ୧୫ ବେଳେ ଉକ୍ତ ଦୁଇ ଜଣ ବ୍ୟକ୍ତି ଜିଲ୍ଲାର ଏକ ଗାଁକୁ ଆସି ରାସ୍ତା ପଚାରୁଥିଲେ । ତାଙ୍କ ପାଖରେ ଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଦେଖି ଲୋକମାନଙ୍କର ସଂଦେହ ହେଲା । ଏହା ପରେ ଗାଁ ଲୋକେ ଜମା ହୋଇ ଏହି ସଂଦୀଗ୍ଧ ଆତଙ୍କବାଦୀଙ୍କୁ ଘେରି ପିଟି ପିଟି ଗୁରୁତର ଭାବେ ଦରମାର କରି ଦେଇଥିଲେ । ଖବର ପାଇ ପୁଲିସ ଆସି ଆହତ ବ୍ୟକ୍ତିଦ୍ୱୟଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପାଖରୁ ଏକ-୪୭ ରାଇଫଲ ଓ ବିପୁଳ ପରିମାଣରେ ଗୁଳି ଏ ଗ୍ରେନେଡ ଜବତ ହୋଇଛି ବୋଲି ଜିଲ୍ଲାର ଏସପି ରାକେଶ ରୋଶନ କହିଛନ୍ତି ।

ସମ୍ବନ୍ଧିତ ଖବର