ଏକ ଟଙ୍କାରେ ଚାଉଳ , ଝିଅ ବାହାଘରରେ ଏକ ତୋଳା ସୁନା ଦେବେ ଆସାମ ରାଜ୍ୟ ସରକାର

ଗୌହ୍ଵାଟି: ଆସାମ ରାଜ୍ୟ ସରକାର ବଜେଟ୍‌ରେ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖିଛନ୍ତି। କିଲୋଗ୍ରାମ୍‌ ପ୍ରତି ଏକ ଟଙ୍କାରେ ଚାଉଳ ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି। ଠିକ୍‌ ସେହିପରି ଯେଉଁମାନଙ୍କର ବାର୍ଷିକ ଆୟ ୫ଲକ୍ଷ ଟଙ୍କାରୁ କମ୍‌, ସେମାନଙ୍କୁ ନିଜ ଝିଅର ବାହାଘରରେ ରାଜ୍ୟ ସରକାର ଏକ ତୋଳା ସୁନା ଦେବା ଲାଗି ଘୋଷଣା କରିଛନ୍ତି। ଏହାଛଡା ହାଇସ୍କୁଲ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ରାଜ୍ୟ ସରକାର ଇ-ବାଇକ୍‌ ଦେବା ଲାଗି ବି ଘୋଷଣା କରିଛନ୍ତି।

ରାଜ୍ୟର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ତାଙ୍କୁ ଖୁବ୍‌ ଖୁସି ଲାଗୁଛି ଯେ ରାଜ୍ୟର କନ୍ୟାମାନଙ୍କ ପାଇଁ ସରକାର ଏଭଳି ଅଭିନବ ଯୋଜନା କରିଛନ୍ତି। ଏହାସହିତ ବର୍ତ୍ତମାନ ଆର୍ଥିକ ବର୍ଷରେ ସମସ୍ତ ଶିକ୍ଷା ଋଣ ଉପରେ ଥରକ ପାଇଁ ୫୦ ହଜାର ଟଙ୍କାର ସବ୍‌ସିଡି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଭଳି ଲୋଭନୀୟ ବଜେଟ୍‌ ପ୍ରସ୍ତୁତ କରିଥିବା ଯୋଗୁଁ ଏହାକୁ ନେଇ  ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର