ମାଂସ ଖାଇବା ପାଇଁ ୩୬ ପକ୍ଷୀଙ୍କୁ ବିଷ ଦେଇ ମାରିଲେ ଲୋକେ

ଶିବସାଗର (ଆସାମ): ମାଂସ ଖାଇବାର ଲୋଭକୁ ସମ୍ଭାଳି ନପାରି ପକ୍ଷୀକୁ ମାରୁଛନ୍ତି ଶିବସାଗର ଶିକାରୀ । ପକ୍ଷୀ ଶିକାର ଘଟଣାରେ ହିମାଳୟରୁ ଆଗତ ବିରଳ ପ୍ରଜାତିର ୩୬ଟି ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ନିକଟରେ ଏକ ଧାନ ବିଲରେ ଏତେ ସଂଖ୍ୟକ ପକ୍ଷୀ ମରି ପଡ଼ିଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ସ୍ଥାନୀୟ ଲୋକମାନେ ବଞ୍ଚିଥିବା ପକ୍ଷୀମାନଙ୍କୁ ଡ଼ାକ୍ତରଖାନା ନେଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଶନିବାର ଏକ ଧାନ ବିଲରେ ଏକାଧିକ ପକ୍ଷୀ ମରି ପଡ଼ିଥିବାର ଲୋକ ଦେଖିଥିଲେ । ପାଖକୁ ଯିବା ପରେ କିଛି ପକ୍ଷୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଲୋକମାନେ ଦେଖିଥିଲେ । ସେ ମଧ୍ୟରୁ ୭ଜଣ ଜୀବିତ ଥିବାରୁ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ସେଠାରେ ପକ୍ଷୀଙ୍କ ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରେ ଲାଗିଛି ବୋଲି ବୋଲି ଡ଼ାକ୍ତର ସୂଚନା ଦେଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏ ନେଇ ସ୍ଥାନୀୟ ଲୋକମାନଙ୍କୁ ପଚରାଯିବାରୁ କେହି ମାଂସ ଖାଇବା ଲୋଭରେ ଏପରି କରିଥାଇ ପାରନ୍ତି ବୋଲି ସେମାନେ କହିଥିବା ଜଣା ପଡ଼ିଛି ।

indiatimes.com

ତାଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ଏକ ଛେଳିକୁ କୁକର କାମୁଡ଼ି ଦେଇଥିବାରୁ ତା’ର ମୃତ୍ୟୁ ହୋଇଥିଲା । ଏହା ପରେ ପକ୍ଷୀଙ୍କୁ ମାରିବା ଲାଗି ଶିବନଗରର କିଛି ଲୋକ ଛେଳି ମାଂସରେ ବିଷ ଲଗାଇ ରଖି ଦେଇଥିଲେ । ଖାଦ୍ୟ ଲୋଭରେ ପକ୍ଷୀମାନେ ଆସି ସେ ଛେଳି ମାଂସକୁ ଖାଇବାରୁ ମୃତ୍ୟୁମୁଖରେ ପଡ଼ିଥିଲେ । ଏହା ପ୍ରଥମ ଥର ନୁହେଁ, ଗତ ମାସରେ କିଛି ସ୍ଥାନୀୟ ଲୋକ ମାଂସ ଖାଇବା ଲୋଭରେ ୪୦ଟି ପକ୍ଷୀଙ୍କୁ ଏହି ପରି ଭାବରେ ବିଷ ଦେଇ ମାରିଥିଲେ । ଏ ନେଇ ବନ ବିଭାଗ କର୍ମଚାରୀ କୌଣସି ପଦକ୍ଷପ ନେଉ ନଥିବାରୁ ଏପରି ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର