ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିୟାଣାର ଅନ୍ୟ ଦଳର ୩୯ଜଣ ବଡ଼ ନେତା ବିଜେପିକୁ ଡଆଁ ମାରିଲେଣି !

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିୟାଣାରେ ଏବେ ଅନ୍ୟ ଦଳର ନେତାଙ୍କ ପାଇଁ ବିଜେପି ହେଉଛି ପ୍ରଥମ ପସନ୍ଦ। ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଆସନ୍ନ ଥିବା ବେଳେ ପ୍ରାୟ ଅନ୍ୟ ଦଳର ୩୯ଜଣ ବଡ଼ ନେତା ଇତିମଧ୍ୟରେ ବିଜେପିକୁ ଡଆଁ ମାରିଲେଣି ବୋଲି ଜଣାଯାଇଛି। କୁହାଯାଉଛି ଯେ ଏବେ ବି ସାରା ଦେଶରେ ମୋଦୀ ଲହରୀ ଜାରି ରହିଥିବାରୁ ନେତାମାନେ ବିଜେପିରେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛନ୍ତି । ଏହି କାରଣରୁ ସେମାନେ ଅନ୍ୟଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଖାଲି ସେତିକି ନୁହେଁ , ଆଉ କେତେକ ନେତା ବି ବିଜେପିକୁ ଆସୁଥିବା ସୂଚନା ରହିଛି।

ବିଜେପିରେ ସାମିଲ ହୋଇଥିବା ଝାରଖଣ୍ଡ ବିକାଶ ମୋର୍ଚ୍ଚାର ନେତା ନେତାଙ୍କ ମଧ୍ୟରେ ଝାବିମୋର ଲକ୍ଷ୍ମଣ ସ୍ୱର୍ଣ୍ଣକାର, ଯୋଗେନ୍ଦ୍ର ପ୍ରତାପ ସିଂହ, ନୀଲମ ଦେବୀ, କେକେ ପୋଦ୍ଦାର. ମୁନ୍ନା ମଲ୍ଲିକ  ଏବଂ ପ୍ରଭାଇ ଭୂୟାଁ ପ୍ରମୁଖ ଅଛନ୍ତି । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ନିଲମ୍ୱିତ ହୋଇଥିବା ବିଧାୟକ ଜୟପ୍ରକାଶ ଭାଇ ପଟେଲ ଖୁବଶୀଘ୍ର ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

Image result for radhakrishna v k patil
photo-asianage

ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବିପୁଳ ସଫଳତା  ମିଳିବା ପରେ ଏନସିପି ଏବଂ କଂଗ୍ରେସ ନେତା ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଏବଂ ଶିବସେନାରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ରାଧାକୃଷ୍ଣ ଭିକେ ପାଟିଲ, ଶିବେନ୍ଦ୍ରରାଜେ ଭୋସଲେ, ସନ୍ଦିପ ନାଇକ, ବୈଭବ ପିଚଡ, ମଧୁକର ପିଚଡ, କାଳିଦାସ କୋଲମ୍ବକର ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ।

ଠିକ୍ ସେହିପରି ହରିୟାଣାରେ ଏବେ ସୁଦ୍ଧା ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ଦଶ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଛନ୍ତି ।

ସମ୍ବନ୍ଧିତ ଖବର