ମହାରାଷ୍ଟ୍ର: ଟ୍ରେନ୍‌ ଇଞ୍ଜିନ୍‌ରୁ ନିଅାଁ ଲିଭାଇବାକୁ ଉଦ୍ୟମକରି ସହକାରୀ ଡ୍ରାଇଭରଙ୍କ ମୃତ୍ୟୁ

ନାଗପୁର: ରବିବାର ଦିନ ନାଗପୁର ଠାରୁ ୧୨୫ କିଲୋମିଟର୍‌ ଦୂର ଧାମନଗାଁ ଠାରେ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏକ ଟ୍ରେନ୍‌ ଇଞ୍ଜିନ୍‌ରେ ଲାଗିଥିବା ନିଅାଁ ଲିଭାଇବାକୁ ଉଦ୍ୟମ କରି ଜଣେ ସହକାରୀ ଟ୍ରେନ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।

ଅପରାହ୍ଣ ୪. ୫୭ ମିନିଟ୍‌ରେ ହାଓଡ଼ା-ମୁମ୍ବାଇ ସିଏସ୍‌ଏମ୍‌ଟି ନମ୍ବର ୧୨୮୧୦ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଅାଁ ଲାଗିଯିବାରୁ ସହକାରୀ ଲୋକୋ ପାଇଲଟ୍‌ ଏସ୍‌କେ ବିଶ୍ୱକର୍ମାଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ରେଳବାଇ ଅଧିକାରୀ କହିଛନ୍ତି।

ଇଞ୍ଜିନ୍‌ରେ ନିଅାଁ ଲାଗିଯିବା ଟ୍ରେନ୍‌ଟିକୁ ତାଲ୍‌ନି ଏବଂ ଧାମନଗାଁ ମଧ୍ୟରେ ଅଟକା ଯାଇଥିଲା। ଜରୁରୀକାଳୀନ ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇ ଥିବା ବିଶ୍ୱକର୍ମା ଏବଂ ଲୋକୋ ପାଇଲଟ୍‌ ଡିଏଲ୍‌ ବ୍ରାହ୍ମେ ଏକ୍‌ଷ୍ଟିଙ୍ଗୁଇସ୍‌ର୍‌ ପ୍ରୟୋଗ କରି ନିଅାଁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଅାଁ ଲିଭା ଉଦ୍ୟମ ବେଳେ ବିଶ୍ୱକର୍ମାଙ୍କର ଦେହାନ୍ତ ହୋଇ ଯାଇଥିବା କଥା ସହକାରୀ ବାଣିଜ୍ୟିକ ପରିଚାଳକ କହିଛନ୍ତି।

କେଉଁ କାରଣରୁ ବିଶ୍ୱକର୍ମାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ି ନାହିଁ।

ଏ ଘଟଣାରେ ଆହତ ହୋଇଥିବା ବ୍ରହ୍ମେଙ୍କୁ ପୁଲଗାଓଁ ସ୍ଥିତ ଏକ ଡାକ୍ତରଖାନାକୁ ନିଆ ଯାଇଛି ଏବଂ ସେ ବିପଦ୍‌ମୁକ୍ତ ଅଛନ୍ତି।

ସାହସର ସହ ଟ୍ରେନ୍‌ ଚାଳକମାନେ ପରିସ୍ଥିତିର ମୁକାବିଲା କରିବା ସହ ଜରୁରୀକାଳୀନ ବ୍ରେକ୍‌ ମାରି ମଧ୍ୟ ସଫଳତାର ସହ ଟ୍ରେନ୍‌ଟିକୁ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର