ରାତି ୨ଟାରେ ସାଙ୍ଗର ଦେହ ଖରାପ ହେବାରୁ ଓଲା ବୁକ୍‌ କରି ପହଞ୍ଚିଲେ ମହିଳା, ଘରର କବାଟ ଖୋଲିବା ପର୍ଯ୍ୟନ୍ତ ମହିଳାଙ୍କ ସହ ବାହାରେ ଠିଆ ହୋଇ ରହିଲେ ଚାଳକ

ଗୁରୁଗ୍ରାମ : ଅନେକ ସମୟରେ ମହିଳାମାନେ ଓଲା କ୍ୟାବ୍‌ରେ ଅସଦାଚରଣର ଶିକାର ହେବାର ଖବର ମିଳିଥାଏ । ବେଳେ ବେଳେ ମହିଳାମାନେ କ୍ୟାବ୍‌ ଚାଳକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ମଧ୍ୟ ହୋଇଥାନ୍ତି । କିନ୍ତୁ ଗୁରୁଗ୍ରାମର ଜଣେ କ୍ୟାବ୍‌ ଚାଳକ ଏବେ ବି ଦୁନିଆରେ ମାନବିକତା ବଞ୍ଚିଛି ବୋଲି ପ୍ରମାଣ କରିଛନ୍ତି । ଶିଳ୍ପା ଟଣ୍ଡନ ନାମକ ଜଣେ ମହିଳାଙ୍କ ଫେସ୍‌ବୁକ୍‌ ପୋଷ୍ଟରୁ ଖବରଟି ସାମ୍ନାକୁ ଆସିଛି ।

indiatimes.com

କରାଯାଇଥିବା ପୋଷ୍ଟ ଅନୁଯାୟୀ, ଶିଳ୍ପାଙ୍କୁ ତାଙ୍କର ଜଣେ ବନ୍ଧୁ ରାତି ୨ଟାର ଫୋନ କରି ଦେହ ଖରାପ ଥିବା କଥା କହିଥିଲେ । ଏହା ଶୁଣି ଶିଳ୍ପା ତୁରନ୍ତ ଓଲା କ୍ୟାବ୍‌ ବୁକ୍‌ କରି ନିଜ ସାଙ୍ଗ ରହୁଥିବା ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଘରର ମାଲିକଙ୍କୁ କବାଟ ଖୋଲିବାରେ ବିଳମ୍ବ ହୋଇଥିଲା । ଏହା ଦେଖି ଶିଳ୍ପା ଓଲା ଚାଳକଙ୍କୁ ଯିବା ପାଇଁ କହିଥିଲେ । କିନ୍ତୁ ଚାଳକଜଣଙ୍କ ଯିବା ପରିବର୍ତ୍ତେ ସୁରକ୍ଷିତ ଭାବେ ଶିଳ୍ପା ଭିତରକୁ ଯିବା ପର୍ଯ୍ୟନ୍ତ ବାହାରେ ତାଙ୍କ ସହ ଅପେକ୍ଷା କରିଥିଲେ । ଅପେକ୍ଷା କରିବା ପାଇଁ ଚାଳକଜଣଙ୍କ ଅଧିକ ଟଙ୍କା ମଧ୍ୟ ନେଇ ନଥିବା ଲେଖିଛନ୍ତି ଶିଳ୍ପା । ତେବେ ଶିଳ୍ପାଙ୍କ ଏହି ପୋଷ୍ଟ ପରେ ଓଲା କ୍ୟାବ୍‌ ଚାଳକମାନଙ୍କୁ ନେଇ ଥିବା ଲୋକମାନଙ୍କ ଧାରଣା ବଦଳିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର