ଏକକାଳୀନ ନିର୍ବାଚନର ପ୍ରଶ୍ନ ଉଠୁନାହିଁ, ମୁଖ୍ୟ ନିର୍ବାଚନ କମିସନର ସ୍ପଷ୍ଟକଲେ

ନୂଆଦିଲ୍ଲୀ:  ଦେଶରେ ଏକସଂଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ଆଜି ମୁଖ୍ୟ ନିର୍ବାଚନ କମିସନର ଓ ପି ରାଓ୍ଵତ ସ୍ପଷ୍ଟ କରିଛନ୍ତି। ଏ ଦିଗରେ ରହିଥିବା ସମସ୍ତ ଆଇନଗତ ପ୍ରାବଧାନକୁ କାର୍ଯ୍ୟକାରୀ ନ କରି ଏକକାଳୀନ ନିର୍ବାଚନ କରାଯାଇପାରିବ ନାହିଁ ଏବଂ ବୈଷୟିକ ଦୃଷ୍ଟିରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ହୋଇନାହିଁ  ବୋଲି ନିର୍ବାଚନ କମିସନର କହିଛନ୍ତି। ପୂର୍ବରୁ ମଧ୍ୟ ନିର୍ବାଚନ କମିସନ କହିଥିଲେ ଯେ ଏକକାଳୀନ ନିର୍ବାଚନ ପାଇଁ ୨୪ ଲକ୍ଷ ଇଭିଏମ୍‌ ଏବଂ ଭିଭିପିଏଟି ଆବଶ୍ୟକ ଏବଂ ତାହା ଉପଲବ୍ଧ ନାହିଁ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏ ଦିଗରେ ସର୍ବଦଳୀୟ ବୈଠକ ମଧ୍ୟ ହୋଇସାରିଛି। ତେବେ ସାଂପ୍ରତିକ ସ୍ଥିତିରେ ଏହା ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିସନର ସ୍ପଷ୍ଟ କରିଛନ୍ତି। ଲୋକସଭା ନିର୍ବାଚନ ଆସନ୍ତାବର୍ଷ ଏପ୍ରିଲ-ମେ’ରେ ହେବ ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ।

ସମ୍ବନ୍ଧିତ ଖବର