ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ, ଜୀଅନ୍ତା ଜଳିଗଲେ ୪୦ରୁ ଊର୍ଧ୍ୱ ଯାତ୍ରୀ

ହରାରେ: ଜିମ୍ବାେଓ୍ଵଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ବସ୍‌ରେ ଥିବା ୪୦ରୁ ଊର୍ଧ୍ୱ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ ବସ୍‌ରେ ଥିବା ଏକ ଗ୍ୟାସ୍‌ ଟାଙ୍କି ଫଟିବାରୁ ବସ୍‌ଟିରେ ନିଆଁ ଲାଗିଯାଇଥିଲା ବୋଲି ଅନୁମାନ କରାଯାଉଛି। ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଯିବା ପରେ ବସ୍‌ଟି ସଂପୂର୍ଣ୍ଣ ଜଳି ଯାଇଛି। ଚଳନ୍ତା ଗାଡ଼ିରେ ନିଆଁ ଲାଗିଯିବାରୁ ଯାତ୍ରୀ ବାହାରକୁ ଯାଇପାରି ନଥିଲେ, ଫଳରେ ବହୁ ସଂଖ୍ୟକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୂଚନା ରହିଛି ଯେ ଏହି ଦୁର୍ଘଟଣାରେ ୪୦ରୁ ଊର୍ଧ୍ୱ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଭାବେ ଜଳି ଯାଇଛନ୍ତି। ଦୁର୍ଘଟଣା ପରେ ଜଳି ଯାଇଥିବା ଏକ ବସ୍‌ର ଫଟୋ ଜିମ୍ବାେଓ୍ଵ ବ୍ରଡକାଷ୍ଟିଂ କର୍ପୋରେସନ ପ୍ରକାଶ କରିଛି।

ଉଲ୍ଳେଖଯୋଗ୍ୟ, ଗତ ସପ୍ତାହରେ ରାଜଧାନୀ ହରାରେଠାରେ ଦୁଇଟି ବସ୍‌ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିବା ପରେ ୪୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ବାରମ୍ବାର ଜିମ୍ବେଓ୍ଵରେ ସଡ଼କ ଦୁର୍ଘଟରା ଘଟିବା ପରେ ପ୍ରେସିଡେଣ୍ଟ୍‌ ଏମରସନ୍‌ ମନାନଗଗ୍‌ଓ୍ଵା କହିଛନ୍ତି କି ଏଣିକି ସଡ଼କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ।

ସମ୍ବନ୍ଧିତ ଖବର