ଆଜି ଘୋଷଣା ହେବ ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ଭାରତର ନିର୍ବାଚନ କମିଶନ ବହୁପ୍ରତୀକ୍ଷିତ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ବୋଲି ଜଣାଯାଇଛି । ଏଥିରେ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ସଂପର୍କୀତ ବିସ୍ତୃତ ସୂଚନା ଦେବେ । ଯାହା ଆଶା କରାଯାଉଛି ମହାରାଷ୍ଟ୍ର ଓ ହରିୟାଣାରେ ଆସନ୍ତା ମାସରେ ନିର୍ବାଚନ ହେବ । ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି।

photo-pti

ସୂଚନାଯୋଗ୍ୟ ଆଗାମୀ ନଭେମ୍ବର୨ତାରିଖରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ସରୁଛି ଏବଂ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ମହାରାଷ୍ଟ୍ରରେ ବିଧାୟକଙ୍କ ସଂଖ୍ୟା ୨୮୮ ଥିବା ବେଳେ ହରିୟାଣାରେ ବିଧାୟକଙ୍କ ସଂଖ୍ୟା ୯୦।

ସମ୍ବନ୍ଧିତ ଖବର