ଭାରତୀୟ ରାଜନୈତିକ ସଂସ୍କୃତିରେ ଅଟଳଜୀ ଅସାଧାରଣ ଓ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତୀୟ ରାଜନୈତିକ ସଂସ୍କୃତିରେ ଅଟଳଜୀ ଅତି ଅସାଧାରଣ ଓ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି ବୋଲି ‘ମନ୍‌କି ବାତ୍‌’ର ୪୭ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ପ୍ରଥମେ ରକ୍ଷାବନ୍ଧନ ଓ ସଂସ୍କୃତ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ସଂସ୍କୃତ ଭାଷା ଓ ସାହିତ୍ୟ- ବିଜ୍ଞାନ, ମନ୍ତ୍ରତନ୍ତ୍ର, କୃଷି, ସ୍ୱାସ୍ଥ୍ୟ, ଜ୍ୟୋତିଷ, ସ୍ଥାପତ୍ୟ, ଗଣିତ, ପରିଚାଳନା, ଅର୍ଥନୀତି ଓ ପରିବେଶ- ଜୀବନର ପ୍ରତି କ୍ଷେତ୍ରରେ ସମ୍ପୃକ୍ତ ଜ୍ଞାନର ଭଣ୍ଡାର। ଆମ ସମାଜରେ ଶିକ୍ଷକମାନଙ୍କର ଗୁରୁତ୍ୱ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି।

ଅବସ୍ଥା ବେଳେ କାନ୍ଧକୁ କାନ୍ଧ ମିଳାଇ ସମଗ୍ର ଭାରତ କେରଳବାସୀଙ୍କୁ ସାହାଯ୍ୟ କରୁଛି। ବନ୍ୟା ପ୍ରପୀଡ଼ିତ ରାଜ୍ୟରେ ସେନାର ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି ଯେ ସବୁଶ୍ରେଣୀର ଲୋକେ କେରଳବାସୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ କହିଛନ୍ତି, ଜୀବନର କ୍ଷତି ଭରଣା କରି ହେବନାହିଁ, କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଭାରତର ୧. ୨୫ କୋଟି ଜନତା ଆପଣମାନଙ୍କୁ ସହାୟତା କରିବେ।
ଯଦି କୌଣସି ଏକ ବିଷୟରେ କହିବାକୁ ପ୍ରଧାମନ୍ତ୍ରୀଙ୍କୁ ସବୁଠୁ ବେଶୀ ଲୋକ ଲେଖି ଥାଆନ୍ତି, ତାହା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୀବନ।

ମୋଦି କହିଲେ: ଭାରତୀୟ ରାଜନୈତିକ ସଂସ୍କୃତିରେ ଅଟଳଜୀ ଅତି ଅସାଧାରଣ ଓ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି। ଅଟଳଜୀଙ୍କ ନିମନ୍ତେ ଦେଶବ୍ୟାପୀ ଅଜାଡ଼ି ହୋଇପଡୁଥିବା ସ୍ନେହ, ସମ୍ମାନ ଓ ଦୁଃଖ ତାଙ୍କ ବ୍ୟକ୍ତିତ୍ୱର ମହାନତାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତୀୟ ଗଣତନ୍ତ୍ରକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ କଥା କହି ମୋଦି କହିଲେ କି, ବାଜପେୟୀଙ୍କ ଅମଳରେ ମନ୍ତ୍ରିମଣ୍ଡଳର ଆକାରକୁ ରାଜ୍ୟ ବିଧାନସଭା ଆକାରର ୧୫% କରିବାକୁ ନିର୍ଦ୍ଧାରଣ କରାଯାଇଥିଲା। ଅଟଳଜୀ ବିରୋଧୀ ଦଳ ବଦଳ ଆଇନ ମଧ୍ୟ କଠୋର କରିଥିଲେ।
ଦଳମତ ଭୁଲି ସାଂସଦମାନେ ମୌସୁମୀ ଅଧିବେଶନକୁ ସଫଳ କରିବା ନିମନ୍ତେ ଆଗଭର ହୋଇଥିଲେ। ମୋଦି କହିଲେ କି, ଏ ଅଧିବେଶନରେ ସାମାଜିକ ନ୍ୟାୟ ଏବଂ ଯୁବ କଲ୍ୟାଣ ପ୍ରତି ଧ୍ୟାନ ଦିଆଯାଇଥିଲା। ଫଳରେ ଲୋକସଭାରେ ୨୧ଟି ଏବଂ ରାଜ୍ୟସଭାରେ ବିଧେୟକ ଅନୁମୋଦନ ଲାଭ କରିଛି।

ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ସୁରକ୍ଷିତ ରଖିବାକୁ ବଦ୍ଧପରିକର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗ ସମ୍ପ୍ରଦାୟଙ୍କର ଆଶାଆକାଙ୍‌କ୍ଷା ମଧ୍ୟ ପୂରଣ କରାଯିବ ବୋଲି ସେ କହିଛନ୍ତି।

ନାରୀ ସଶକ୍ତିକରଣ ଉପରେ ଆମର ଧ୍ୟାନ ରହୁଛି ବୋଲି ସେ କହିଛନ୍ତି। ମହିଳାଙ୍କ ବିରୋଧରେ ଅପରାଧକୁ ଭାରତ ସହ୍ୟ କରିବ ନାହିଁ। ଏଇଥି ପାଇଁ ହିଁ ସଂସଦରେ ଦୁଷ୍କର୍ମ ବିରୋଧରେ ଆଇନ କଠୋରତର ହେଲା, ଶିଶୁ ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ନିମନ୍ତେ ଆଇନ ସଂଶୋଧନ କରାଗଲା। ନ୍ୟାୟ ପାଇବା ନିମନ୍ତେ ମୁସଲମାନ ମହିଳାଙ୍କୁ ସମଗ୍ର ଦେଶ ସମର୍ଥନ କରୁଛି ବୋଲି ମୁଁ ଭରସା ଦେଉଛି।

ଇଣ୍ଡୋନେସିଆ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପଦକ ଜିଣିଥିବା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି: ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିଣିଥିବା ଖେଳାଳିଙ୍କ ପାଇଁ ଆମେ ଗୌରବାନ୍ଵିତ ଓ ଯେଉଁମାନଙ୍କର ଇଭେଣ୍ଟ୍‌ ବାକି ଅଛି ସେମାନେ ଭଲ କରିବେ ବୋଲି ଆଶା କରୁଛି। ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେବାକୁ ପୁଣି ଥରେ ମୁଁ ଭାରତୀୟମାନଙ୍କୁ ଜିଗର କରୁଛି।

ଇଞ୍ଜିନିୟ ଦିବସ ପାଳିବା ବେଳେ ଆମେ ଭବିଷ୍ୟତ କଥା ଚିନ୍ତା କରିବା ଉଚିତ। ବିଭିନ୍ନ ସ୍ଥାନରେ କର୍ମଶାଳା ଆୟୋଜନ ହେବା ଉଚିତ। ପରିବର୍ତ୍ତନଶୀଳ ସମୟରେ ଆମେ କ’ଣ ସବୁ ଶିଖିବା କଥା? ଆମେ କ’ଣ ଶିଖାଇବା ଉଚିତ? ଆମେ କେଉଁଥିରେ ସଂଯୁକ୍ତ ହେବାକୁ ଆମର କ’ଣ ଆବଶ୍ୟକ?

ସମ୍ବନ୍ଧିତ ଖବର