‘ଅଟଳ ନଗର’ ହେବ ନୂଆ ରାୟପୁର

ନୂଆଦିଲ୍ଲୀ: ଛତିଶଗଡ଼ର ନୂଆ ରାୟପୁର ନାମ ବଦଳି ‘ଅଟଳ ନଗର’ ହେବ। ରାଜଧାନୀ ରାୟପୁରଠାରୁ ୨୪ କିଲୋମିଟର ଦୂର ନୂଆ ରାୟପୁରକୁ ଏବେ ବିଶ୍ୱଶ୍ରେଣୀୟ ସ୍ମାର୍ଟ ସହର ଭାବେ ଗଢ଼ିତୋଳିବାକୁ ଉଦ୍ୟମ ଜାରି ରହିଛି। ନୂଆ ରାୟପୁରକୁ ମଧ୍ୟ ରାଜ୍ୟର ରାଜଧାନୀ କରାଯିବ ବୋଲି ମଧ୍ୟ ପ୍ରସ୍ତାବ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏହା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର