ଶ୍ରୀଲଙ୍କାରେ ୨୫ ବଷର୍ର ଗୃହଯୁଦ୍ଧ

କଲମ୍ବୋ: ଶ୍ରୀଲଙ୍କାରେ ହିଂସାର ଇତିହାସ ୧୯୭୧ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ୧୯୮୩ ଠାରୁ ୨୦୦୯ ଯାଏଁ ଚାଲିଥିବା ଗୃହଯୁଦ୍ଧ ବେଳେ ବଡ଼ବଡ଼ ଆତ୍ମଘାତୀ ଆକ୍ରମଣ ଏବଂ ବିସ୍ଫୋରଣ ହୋଇଛିI ଲିବ୍ରେସନ ଟାଇଗର୍‌ସ ଅଫ ତାମିଲ୍‌ ଇଲମ୍‌ (ଏଲ୍‌ଟିଟିଇ) ଏକ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ କରିବା ପାଇଁ ଆରମ୍ଭ କରିଥିବା ଗୃହଯୁଦ୍ଧ ବେଳେ ଭୟଙ୍କର ବିସ୍ଫୋରଣ, ଆତ୍ମଘାତୀ ଆକ୍ରମଣ ଏବଂ ରାଜନୈତିକ ନେତାଙ୍କୁ ହତ୍ୟା କରିଛି। ଏଥି‌େର ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ତେବେ ୨୦୦୯ରେ ୨୫ ବର୍ଷ ଗୃହଯୁଦ୍ଧର ଅବସାନ ଘଟିଥିଲା।

ସମ୍ବନ୍ଧିତ ଖବର