ବିହାର: ‘ମହିଳା ବଚାଓ ପଦଯାତ୍ରା’ ବେଳେ ମଧେପୁରା ସାଂସଦ ପପ୍ପୁ ଯାଦବଙ୍କୁ ମରଣାନ୍ତକ ଆକ୍ରମଣ

ପାଟନା: ବିହାରର ମଧେପୁରାର ସାଂସଦ ଓ ଜନ ଅଧିକାର ପାର୍ଟି ସଂରକ୍ଷକ ରାଜେଶ ରଂଜନ ଓରଫ ପପ୍ପୁ ଯାଦବଙ୍କୁ ଗୁରୁବାର ମୁଜାଫରପୁରରେ ଆକ୍ରମଣ ହୋଇଛି। କୁହାଯାଉଛି ଯେ, ଏହି ଆକ୍ରମଣରେ ସାଂସଦ ଗୁରୁତର ହୋଇଛନ୍ତି। ତାଙ୍କ ସହିତ ଥିବା ସୁରକ୍ଷାକର୍ମୀଙ୍କ ବହୁ ଉଦ୍ୟମ ପରେ ଆକ୍ରମଣକାରୀଙ୍କ ଠାରୁ ପପ୍ପୁଙ୍କୁ ଉଦ୍ଧାର କରାଯାଇଛି। ମୁଜାଫରପୁରରେ ମହିଳା ବଚାଓ ଅଭିଯାନ ଯାତ୍ରାରେ ସାମିଲ ଥିବା ବେଳେ ପପ୍ପୁଙ୍କ ଉପରକୁ ଆକ୍ରମଣ ହୋଇଛି। ମୁଜାଫରପୁରସ୍ଥିତ ଖବଡା ଅଞ୍ଚଳର କିଛି ଦୁର୍ବୃତ୍ତ ଆକ୍ରମଣକାରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ସାଂସଦ ପପ୍ପୁ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ସବୁ ଘଟଣା ସଂପର୍କରେ କହିଛନ୍ତି।

ଆକ୍ରମଣର କିଛି ସମୟ ପରେ ପପ୍ପୁ ଯାଦବଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଦ୍ୱାରା ଟୁଇଟ୍‌ କରାଯାଇଛି। ଏହି ଟୁଇଟ୍‌ରେ କୁହାଯାଇଛି ଯେ, ବିହାରରେ ଦୁର୍ବୃତ୍ତମାନଙ୍କ ଅାତଙ୍କ ଦେଖାଯାଇଛି। ମହିଳା ବଞ୍ଚାଅ ପଦଯାତ୍ରାରେ ମଧୁବନୀ ଯିବା ସମୟରେ ଆମର ଗାଡ଼ି ଉପରକୁ ଭାରତ ବନ୍ଦ ନାଁରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। କର୍ମକର୍ତ୍ତାଙ୍କୁ ଦୟନୀୟ ଅବସ୍ଥାରେ ମାଡ଼ ମରାଯାଇଛି। ଶେଷରେ ଏତିକି କୁହାଯାଇ ପାରିବ ଯେ, ବିହାରରେ କୌଣସି ଶାସନ-ପ୍ରଶାସନ ବ୍ୟବସ୍ଥା ଅଛି ନାଁ ନାହିଁ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

କେନ୍ଦ୍ର ଓ ବିହାର ସରକାରଙ୍କୁ ଟାର୍ଗେଟ କରି ସାଂସଦ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଦେଶକୁ ଜାତୀୟ-ସାମ୍ପ୍ରଦାୟିକ ହିଂସା-ପ୍ରତିହିଂସା ନିଅାଁରେ ନିଜକୁ ସମର୍ପଣ କରିଦେବା ଦରକାର।

ସମ୍ବନ୍ଧିତ ଖବର