ପାକ୍ ସେନା ଉପରେ ଆତ୍ମଘାତୀ ଆକ୍ରମଣ : ୯ ସୈନିକ ମୃତ, ୧୧ ଆହତ

ନୂଆଦିଲ୍ଲୀ : ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତ୍ମଘାତୀ ଆକ୍ରମଣର ତିନି ଦିନ ପରେ ରବିବାର ସକାଳେ ପାକିସ୍ତାନର ବାଲୁଚିସ୍ତାନ ନିକଟରେ ପାକ୍ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ବାଲୁଚିସ୍ତାନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣିରେ ଅତି କମ୍‌ରେ ୯ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି। ଚୀନ୍-ପାକିସ୍ତାନ ଅର୍ଥନୈତିକ ଅଳିନ୍ଦ(ସିପିଇସି) ରାସ୍ତାର ତରବାତ୍ ସହର ଏବଂ ପଞ୍ଜଘର ମଝିରେ ହୋଇଥିବା ଏହି ଆକ୍ରମଣ ପାଇଁ ବାଲୁଚ୍ ରାଜି ଅଜୟ ସଙ୍ଗାର(ବ୍ରାସ) ସଂଗଠନ ନିଜକୁ ଦାୟୀ କରିଛି। ବାଲୁଚସ୍ତାନ ପ୍ରଦେଶର ମୁକ୍ତି ପାଇଁ ଦାବି କରି ଆସୁଥିବା ବ୍ରାସର ମୁଖପାତ୍ର ବାଲୁଚ୍ ଖାଁଙ୍କ କହିବା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ପାକିସ୍ତାନୀ ସୁରକ୍ଷା ବଳ ଏବଂ ଏକ ସେନା ଶିବିର ଉପରେ ତାଙ୍କ ଯୋଦ୍ଧାମାନେ ଏପରି ଆତ୍ମଘାତୀ ଆକ୍ରମଣ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର