ସେନା ଶିବିରରେ ଆକ୍ରମଣ ଉଦ୍ୟମ ପଣ୍ଡ

ଜମ୍ମୁ: ସୁଞ୍ଜଓ୍ଵାନ ସେନା ଶିବିରରେ ଶନିବାର ଭୋର୍‌ ବେଳର ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନଲିଭୁଣୁ ଆଜି ଜମ୍ମୁ ସ୍ଥିତ ସେନା ଶିବିର ଉପରେ ଅନୁରୂପ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ହୋଇଛି। ତେବେ ସତର୍କ ଥିବା ଯବାନମାନେ ଏହାକୁ ପଣ୍ଡ କରି ଏକ ବିରାଟ ଅଘଟଣକୁ ହଟେଇ ଦେଇପାରିଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ସାଢ଼ ୪ଟା ବେଳେ ଜମ୍ମୁ-ଅଖନୁର ରୋଡ୍‌ର ଡୋମାନା ସ୍ଥିତ ସେନା ଶିବିର ଆଡ଼କୁ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏକ ବାଇକ୍‌ରେ ଦ୍ରୁତ ଗତିରେ ମାଡ଼ି ଆସୁଥିଲେ। ମୁଖ୍ୟ ଫାଟକରେ ଥିବା ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇବାକୁ ସେମାନେ ଅତର୍କିତ ଗୁଳି ଚଳାଇଥିଲେ। ତେବେ ସେମାନଙ୍କ ଉପରକୁ ପାଲଟା ଗୁଳିମାଡ଼ ହେବାରୁ ଆତଙ୍କବାଦୀ ଦ୍ୱୟ ଖସି ପଳାଇଥିଲେ। ସାରା ଇଲାକାରେ ହାଇ ଆଲର୍ଟ ଜାରି ସହ ଚମ୍ପଟ ମାରିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ଲାଗି ସେନା ପକ୍ଷରୁ ତଲାସ ଅଭିଯାନ ଜାରି ରହିଛି।

ସମ୍ବନ୍ଧିତ ଖବର