ଖଲିଦ୍‌ଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଜେଏନ୍‌ୟୁ ଛାତ୍ରନେତା ଉମର ଖଲିଦ୍‌ ଏକ ବଡ଼ ଧରଣର ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖଲିଦ୍‌ଙ୍କୁ ଆଜି ହତ୍ୟା ଉଦ୍ୟମ ହୋଇଥିଲା। କିଛି ଦୁର୍ବୃତ୍ତ ଆଜି ଖଲିଦ୍‌ଙ୍କ ଉପରକୁ ଦୁଇ ରାଉଣ୍ଡ୍‌ ଗୁଳି ଚାଳନା କରିଥିଲେ କିନ୍ତୁ ଗୁଳି ତାଙ୍କ ଦେହରେ ବାଜିନି। ସୂଚନାନୁଯାୟୀ ଖଲିଦ୍‌ ଆଜି ଅପରାହ୍ନରେ କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ‘ଖୌଫ୍‌ ସେ ଆଜାଦୀ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିଲେ। ‘ଘୃଣା ବିରୋଧରେ ଏକଜୁଟ୍‌’ ନାମକ ଏକ ସଂଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଖଲିଦ୍‌ ଏବଂ ତାଙ୍କର ଅନ୍ୟ କିଛି ସହଯୋଗୀ କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ ବାହାରେ ଏକ ଚା ଦୋକାନରେ ଠିଆ ହୋଇଥିବା ସମୟରେ ହଠାତ୍‌ ୩ ଜଣ ବ୍ୟକ୍ତି ତାଙ୍କ ଆଡ଼କୁ ଆସି ଦୁଇ ଥର ଗୁଳି ଚାଳନା କରିଥିଲେ କିନ୍ତୁ ଠିକ୍‌ ଏହି ସମୟରେ ଖଲିଦ୍‌ ସନ୍ତୁଳନ ହରାଇ ତଳେ ପଡ଼ିଯିବାରୁ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର