ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ ପତ୍ନୀ ଓ କନ୍ୟା ଇଭାଙ୍କାଙ୍କ ପୋଷାକ ମନମୋହିଲା

ନୂଆଦିଲ୍ଲୀ: ଆଜି ଆମେରିକାର ରାଷ୍ଟ୍ରପତିଙ୍କ ସହ ଭାରତ ଆସିଥିବା ତାଙ୍କ ପତ୍ନୀ ଓ କନ୍ୟାଙ୍କ ବେଶପୋଷାକ ଖୁବ୍‌ ସୁନ୍ଦର ଏବଂ ଫେସନେବଲ୍‌ ଥିଲା। ଗୁଜରାଟର ଅହମଦାବାଦସ୍ଥିତ ସର୍ଦାର ବଲ୍ଲଭବାଇ ପଟେଲ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କ ବିମାନ ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ ଅବତରଣ କରିବା ପରେ ପ୍ରଥମେ ବାହାରକୁ ଆସିଥିଲେ ଟ୍ରମ୍ପ୍‌ଙ୍କ କନ୍ୟାଏବଂ ଜ୍ୱାଇଁ।

ଟ୍ରମ୍ପ୍‌ଙ୍କ କନ୍ୟା ଇଭାଙ୍କା ପରିଧାନ କରିଥିଲେ ଲାଲ୍‌ ଫୁଲପକା ପାଉଡର୍‌ ବ୍ଲୁ ମିଡି-ଡ୍ରେସ୍‌। ପଫ୍‌ଡ୍‌ ସ୍ଲିଭ୍‌ ଥିବା ଏହି ପୋଷାକର ଗଳା ପାଖରେ ଥିଲା ବାଓ। ଏହାଛଡ଼ା ଇଭାଙ୍କା କାନରେ ଲଗାଇଥିଲେ ପାନ୍ନା ଓ ମୋତି ଖଚିତ କାନଫୁଲ ଓ ପିନ୍ଧିଥିଲେ ଲାଲ୍‌ ଜୋତା। ତାଙ୍କର ମେକ୍‌-ଅପ୍‌ ମଧ୍ୟ ଅତ୍ୟନ୍ତ ସୁନ୍ଦର ଥିଲା। କୋଲ୍‌ରେ ସେ ତାଙ୍କର ଆଇବ୍ରୋ ଟାଣିବା ସହ ଓଠରେ ଲଗାଇଥିଲେ ନ୍ୟୁଡ୍‌ ବ୍ରାଉନ୍‌ ଲିପ୍‌ଷ୍ଟିକ୍‌।

Image Soruce: India Today

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆଙ୍କ ବେଶପୋଷାକ ମଧ୍ୟ ଖୁବ୍‌ ଚମତ୍କାର ଦିଶୁଥିଲା। ସେ ପିନ୍ଧିଥିଲେ ‘ଏଟେଲାୟର୍‌ କେଇଟୋ ଫର୍‌ ହର୍ଭ ପାଇର୍‌’ ନିର୍ମିତ ସମ୍ପୂର୍ଣ୍ଣ ଧଳା ରଙ୍ଗର ଜମ୍ପ୍‌ସୁଟ୍‌। କମରରେ ଭିଡ଼ିଥିଲେ ବ୍ରୋଞ୍ଜ୍‌-ଗ୍ରିନ୍‌ ରଙ୍ଗର ସାଟିନ୍‌ ରିବନ୍‌ ବେଲ୍‌ଟ୍‌। ଏହା ସବୁଜ ରଙ୍ଗର ରେଶମ ଏବଂ ସୁନେଲି ରଙ୍ଗର ଧାତବ ସୂତାରେ ତିଆରି। ଏହା କୌଣସି ଏକ ପୁରାତନ ଭାରତୀୟ କମରପଟି ଅନୁକରଣରେ ତିଆରି ବୋଲି ଏହାର ଡିଜାଇନର୍‌ କହନ୍ତି। ପ୍ୟାରିସ୍‌ରେ ଜଣେ ସଂଗ୍ରାହକ ବନ୍ଧୁଙ୍କ ପାଖରୁ ସେ ଏହାର ଡିଜାଇନ୍‌ ପାଇଥିଲେ। ଏହାଛଡ଼ା ମେଲାନିଆ ପିନ୍ଧିଥିଲେ ଧଳା ରଙ୍ଗର ଜୋତା।

ସମ୍ବନ୍ଧିତ ଖବର