ନୂଆ ନିୟମ : ଅଷ୍ଟ୍ରେଲିଆରେ ମନ୍ତ୍ରୀମାନେ ନିଜ କର୍ମଚାରୀଙ୍କ ସହ ଯୌନ ସଂପର୍କ ରଖିପାରିବେ ନାହିଁ

କାନବେରା: ଅଷ୍ଟ୍ରେଲିଆ ସରକାରରେ ଦେଖାଦେଇଥିବା ଏକ ସେକ୍ସ ସ୍କାଣ୍ଡାଲ ସାରା ଅଷ୍ଟ୍ରେଲିଆରେ ଚହଳ ସୃଷ୍ଟି କରିଛି ।  ଏହି କାରଣରୁ ମନ୍ତ୍ରୀମାନେ ନିଜ  କର୍ମଚାରୀମାନଙ୍କ ସହିତ ଯୌନ ସଂପର୍କୁ ନିଷିଦ୍ଧ କରିବାକୁ ଅଷ୍ଟ୍ରେଲିଆ ସରକାର ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛନ୍ତି ।  ଏହି ନିଷେଧାଜ୍ଞା  ସମ୍ପର୍କରେ ନିଜେ  ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବଲ୍‌ ଘୋଷଣା କରିଛନ୍ତି ।

ଘଟଣାଟି ଏହିପରି । ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ତଥା ନ୍ୟାସନାଲ ପାର୍ଟିର ନେତା  ବାର୍ନାବେ ଜଏସ୍‌ ନିଜର ଗଣମାଧ୍ୟମ ପରାମର୍ଶଦାତା ଭିକ୍କି ଚାମ୍ପିୟନଙ୍କ ସହ ଅବୈଧ ସମ୍ପର୍କ ରଖିବା ବିଷୟରେ ଏକ ଖବର ସିଡନିର ଡେଲି ଟେଲିଗ୍ରାଫରେ ପ୍ରକାଶ ପାଇବା ପରେ ସରକାରରେ ହଇଚଇ ଖେଳିଯାଇଥିଲା । ଏହି ଖବର ମୁତାବକ ଏହି ସଂପର୍କ ଫଳରେ ଭିକ୍କି ଗର୍ଭବତୀ ହୋଇଥିଲେ ଓ ଏହା ଯୋଗୁଁ ଜଏସଙ୍କ ୨୪ ବର୍ଷର ବୈବାହିକ ଜୀବନର ଅନ୍ତ ହୋଇଥିଲା ।

ଗୁରୁବାରଦିନ ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବଲ୍‌ କହିଛନ୍ତି ଯେ ଜଏସ୍‌ କିଛି ବ୍ୟକ୍ତିଗତ କାରଣରୁ ଏକ ଛୁଟି ନେଇଛନ୍ତି । ସେ ନିଜ ପୂର୍ବ ପରିବାରକୁ ବିଦାୟ ଜଣାଇବେ ଓ ନୂଆ ପରିବାର ପାଇଁ ଏକ ଘର ଖୋଜିବାକୁ ଯାଇଛନ୍ତି ।  କିନ୍ତୁ ଏହି ଘଟଣା ଦେଶର ସଂସଦର ସଂସ୍କୃତି ଉପରେ  କେତେକ ଗୁରୁତର ପ୍ରଶ୍ନଚିହ୍ନ ଲଗାଉଛି । ଦେଶର ସାଂସଦମାନେ ମୂଲ୍ୟବୋଧକୁ କାଏମ ରଖିବା ଅତି ଆବଶ୍ୟକ ବୋଲି ଟର୍ଣ୍ଣବଲ୍‌ କହିଛନ୍ତି ।

 

 

 

 

 

ସମ୍ବନ୍ଧିତ ଖବର