ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌

ନୂଆଦିଲ୍ଲୀ: ସ୍କଟ୍‌ ମରିସନ୍‌ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଦେଶର ୩୦ ତମ ପ୍ରଧାନମନ୍ତ୍ରୀ ହୋଇଥିବା ମରିସନ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ମାଲକମ୍‌ ଟର୍ନବଲ୍‌ଙ୍କୁ ହଟାଇ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି। ତେବେ ଗୋଟିଏ ଦଶନ୍ଧୀରେ ଟର୍ନବଲ୍‌ ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ସହକର୍ମୀଙ୍କ ଦ୍ୱାରା ପଦରୁ ବିତାଡ଼ିତ ହୋଇଛନ୍ତି। ପ୍ରମୁଖ ସମର୍ଥକମାନେ ଟର୍ନବଲ୍‌ଙ୍କୁ ସମର୍ଥନ ନ କରିବା ଏବଂ ସେମାନେ ନେତୃତ୍ୱ ବଦଳାଇବାକୁ ଚାହିଁବା ପରେ ଟର୍ନବଲ୍‌ ପ୍ରଧାନମନ୍ତ୍ରୀ ପଦରୁ ହଟି ଯାଇଛନ୍ତି। ନୂଆ ପ୍ରଧାନମନ୍ତ୍ରୀ ମରିସନ୍‌ ଅଷ୍ଟ୍ରେଲିଆର ଜଣେ ପୂର୍ବତନ ପର୍ଯ୍ୟଟନ ଅଧିକାରୀ। ୨୦୦୭ ମସିହାରୁ ସେ ସଂସଦର ୩ଟି ପ୍ରମୁଖ ବିଭାଗରେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧିତ ଖବର