ଦୁନିଆର ସବୁଠୁ ଭାଗ୍ୟହୀନ ବ୍ୟାଟସ୍‌ମ୍ୟାନ ! ଏପରି ଭାବରେ ଆଉଟ ହୋଇଥିଲେ ଯେ ଅମ୍ପେଆର ବି ଆଶ୍ଚର୍ଯ୍ୟ ହୋଇଗଲେ

ସିଡନୀ : କ୍ରିକେଟ ଖେଳରେ ବ୍ୟାଟସ୍‌ମ୍ୟାନ ଆଉଟ ହେବା କିଛି ନୂଆ କଥା ନୁହେଁ । କିଛି ବ୍ୟାଟସ୍‌ମ୍ୟାନ ଏପରି ଭାବେ ଆଉଟ ହୋଇଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଭାଗ୍ୟ ଖରାପ ଥିଲେ ଏପରି ହୋଇଥାଏ ବୋଲି ସମସ୍ତେ କହନ୍ତି । ଏହିପରି ଏକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ବ୍ୟାଟିଂ କରିବା ସମୟରେ ବ୍ୟାଟସ୍‌ମ୍ୟାନ ଆଶ୍ଚର୍ଯ୍ୟ ଭାବେ ହିଟ୍‌ ଓ୍ଵିକେଟ ହୋଇ ଆଉଟ ହୋଇଥିଲେ । ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ହିଟ୍‌ ଓ୍ଵିକେଟ ହୋଇ ଆଉଟ ହେବା ତ ସାଧାରଣ କଥା ଏଥିରେ ତାଙ୍କୁ ଦୁନିଆର ସବୁଠୁ ଦୁର୍ଭାଗା ବ୍ୟାଟସ୍‌ମ୍ୟାନ କାହିଁକି କୁହାଗଲା । ବ୍ୟାଟସ୍‌ମ୍ୟାନ ଜ୍ୟାକ୍‌ େଓ୍ଵଦର ଏପରି ଭାବେ ନିଜର ବ୍ୟାଟ ଫୋପାଡି ଆଉଟ ହୋଇଥିଲେ କି ତାଙ୍କୁ ଦୁନିଆରେ ସବୁଠୁ ଦୁର୍ଭାଗା ବ୍ୟାଟସ୍‌ମ୍ୟାନର ଅଖ୍ୟା ଦିଆଗଲା ।

Cricbuzz Live Match Score

ଘଟଣାଟି ଥିଲା ଏପରି। ଅଷ୍ଟ୍ରେଲିଆରେ ପ୍ରଫୋମାନ୍ସ ସ୍କ୍ଵାର୍ଡ ଓ ଭିକ୍ଟୋରିଆ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳା ଯାଉଥିଲା । ବାମହାତୀ ବ୍ୟାଟସ୍‌ମ୍ୟାନ ଜ୍ୟାକ୍‌ େଓ୍ଵଦର କଭର ଡ୍ରାଇଭ ମାରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ତାଙ୍କୁ ହାତରୁ ବ୍ୟାଟ୍‌ଟି ଖସି ସିଧା ଯାଇ ଓ୍ଵିକେଟରେ ବାଜିଥିଲା । ବ୍ୟାଟସ୍‌ମ୍ୟାନ ଜଣଙ୍କ କିଛି ସମୟ ପାଇଁ ନିରବ ହୋଇ ଛିଡା ହୋଇ ଯାଇଥିଲେ। ସେ ବିଶ୍ୱାସ କରିପାରିଲେନି ଯେ ସେ ଆଉଟ ହୋଇସାରିଲେଣି । ଅମ୍ପେଆର ଯେତେବେଳେ ତାଙ୍କୁ ଆଉଟ୍‌ର ସଙ୍କେତ ଦେଇଥିଲେ ସେ ପାଭିଲିୟନକୁ ଫେରିଯାଇଥିଲେ ।

ସମ୍ବନ୍ଧିତ ଖବର