କରୋନାଭାଇରସର ସଂକ୍ରମଣ ରୋକିବା ପାଇଁ ଘର ବାହାରେ ଲୁହା ଚେନ୍ ପକାଇ ଲୋକଙ୍କୁ ଘରେ ବନ୍ଦୀ କରି ରଖୁଛନ୍ତି ଚୀନ୍ ସରକାର

ନୂଆଦିଲ୍ଲୀ: ସାରା ବିଶ୍ବ ପାଇଁ ଏବେ ଚିନ୍ତାର କାରଣ ପାଲଟିଥିବା କରୋନାଭାଇରସ ଧିରେ ଧିରେ ଲୋକଙ୍କୁ ନିଜ କବଳକୁ ନେବାରେ ଲାଗିଛି। ଏ ନେଇ ‌କୌଣସି ଉପଚାର ସାମ୍ନାକୁ ଆସି ନଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୭୦ଜଣ ଲୋକ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରି ସାରିଥିବା ବେଳେ ସଂକ୍ରମଣର ସଂଖ୍ୟା ୭,୭୦୦ରେ ପହଞ୍ଚିଛି। ଏତେ ଶୀଘ୍ର ଭାଇରସ୍ ଲୋକଙ୍କୁ ନିଜ କବଳକୁ ନେଇଯାଉଥିବା ଦେଖି ଚୀନ୍ ସରକାର ଭାଇରାସ ଉତ୍ପତ୍ତି ହୋଇଥିବା ଉହାନ ସହରବାସୀଙ୍କୁ ଘର ଭିତରେ ବନ୍ଦୀ କରି ରଖିବା ଆରମ୍ଭ କରିିଛନ୍ତି।

ଜାନୁଆରୀ ୨୩ରୁ ଉହାନବାସୀଙ୍କୁ ଘର ଗୃହବନ୍ଦୀ କରି ରଖାଯାଇଛି । ଘର ବାହାରେ ଲୁହା ଚେନ୍ ଏବଂ କାଠ ତିଆରି ପଟା ଲଗାଯାଇ ସେମାନଙ୍କୁ ଘର ଭିତରେ ବନ୍ଦ କରି ରଖାଯାଇଛି। ସଂକ୍ରମଣ ସଂଖ୍ୟା କମ କରିବା ପାଇଁ ଚୀନ୍ ସରକାର ଏଭଳି କରିଥିବା ବେଳେ ଲୋକେ କିଛି ଦିନ ପାଇଁ ଖାଇବା ଜିନିଷ କିଣି ରଖିଥିଲେ। କିନ୍ତୁ ଏବେ ଧିରେ ଧିରେ ଘରେ ଥିବା ଖାଇବା ଜିନିଷ ସରିବାକୁ ଲାଗିଥିବା ବେଳେ ଲୋକଙ୍କୁ ବାହାରକୁ ଛଡ଼ାଯାଉ ନାହିଁ। ଖବରଟି ସାମ୍ନାକୁ ଆସିିବା ପରେ ଚୀନ୍ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିଛି ଲୋକ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଜାନୁଆରୀ ୨୫ରେ ଚୀନ ନବବର୍ଷ ପାଳନ କରୁଥିବା ବେଳେ ଏହି ଦିନ ଚୀନବାସୀ ନିଜ ନିଜର ସଂପର୍କୀୟଙ୍କୁ ଭେଟିବା ପାଇଁ ଯାଇଥାନ୍ତି। କିନ୍ତୁ ଏଭଳି ହେବା ଦ୍ବାରା ସଂକ୍ରମଣର ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବାରୁ ନବବର୍ଷ ପୂର୍ବରୁ ଚୀନ୍ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହା ଦ୍ବାରା ଲୋକେ ନବବର୍ଷ ଦିନ ନିଜ ଘରୁ ବାହାରି ପାରି ନଥିଲେ। ଏବେ ବି ଲୋକମାନଙ୍କୁ ବନ୍ଦୀ କରି ରଖାଯାଇଥିବା ବେଳେ ଉହାନ ସହରର କିଛି ଅଞ୍ଚଳ ଏବେ ଜନଶୂନ୍ୟ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର