ଅଟୋକୁ କାର୍‌ ଧକ୍‌କା ଦେବା ଫଳରେ ବିଦେଶୀ ମହିଳାଙ୍କ ପ୍ରାଣ ଗଲା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ କ୍ଷିପ୍ର ଗତିରେ ଯାଉଥିବା ବେଣ୍ଟଲି ଏସ୍‌ୟୁଭି କାର୍‌ ଏକ ଅଟୋ ପଛରେ ଧକ୍‌କା ଦେବା ଫଳରେ ଜଣେ ବିଦେଶୀ ମହିଳାଙ୍କର ମୃତ୍ୟୁ ଘଟିଛି। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଟୋରେ ଡ୍ରାଇଭର ବ୍ୟତୀତ ତିନି ଜଣ ବିଦେଶୀ ମହିଳା ଥିଲେ। ଏମାନଙ୍କ ଭିତରୁ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା,ଯାହାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।
ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ନାମ ଆଶିଷ ସିଂହ ବୋଲି ପୁଲିସ କହିଛି। ଆଶିଷ ହେଉଛନ୍ତି ବିଶିଷ୍ଟ ବ୍ୟବସାୟୀ ପାଣ୍ଟି ଚଢାଙ୍କ ପୁତୁରା। ପାଣ୍ଟି ଚଢାଙ୍କୁ ୨୦୧୨ରେ ଗୁଳି କରି ହତ୍ୟା କରାଯାଇଥିଲା। ଡିସିପି ମଧୁର ବର୍ମା କହିଛନ୍ତି ଆଶିଷକୁ ପୁଲିସ ଗିରଫ କରିବା ପରେ ତା’ର ଡାକ୍ତରୀ ପରୀକ୍ଷା କରିଥିଲା। ସେତେବେଳେ ଜଣା ପଡିଲା ଯେ, ଆଶିଷ ମଦ୍ୟପାନ କରି କାର୍‌ ଚଳାଉନଥିଲା। ଚାଣକ୍ୟପୁରୀ ଥାନାରେ ଆଇପିସି ଧାରା ୨୭୯ ଓ ୩୦୪ ଧାରା ଅନୁଯାୟୀ, ବେପରବାୟ ଗାଡି ଚଳାଇବା ଓ ହତ୍ୟା କରିବା ଅଭିଯୋଗରେ ଆଶିଷଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ମୃତ ମହିଳାଙ୍କ ନାଆଁ ଗୁଲଶନ୍‌ ଅଲିଜାନୋଭା (୫୧) ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର