ପିମ୍ପ୍ରି ଚିଞ୍ଚଓ୍ଵାଡ : ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚଓ୍ଵାଡ଼ ସହରରେ ୧୯୯୬ରୁ ୨୦୦୩ ପର୍ଯ୍ୟନ୍ତ ଅଟୋ ରିକ୍ସା ଚଳାଇ ସଂଘର୍ଷ ଭିତରେ ଗୁଜରାଣ ମେଣ୍ଟାଉଥିବା ରାହୁଲ ଯାଦବ ଏବେ ସହରର ନୂଆ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଜେପି ନେତା ଯାଦବଙ୍କ ରାଜନୀତିରେ ଉତ୍୍ଥାନ ମଧ୍ୟ କଠୋର ପରିଶ୍ରମ ଓ ନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି । ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ନହୋଇ ପାଠରେ ଡୋରି ବାନ୍ଧିଥିବା ଯାଦବ ୨୦୦୬ ମସିହାରେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ସେ ବିଜେପି କର୍ପୋରେଟର ମଉଳି ଯାଦବଙ୍କ ପାଇଁ କାମ କରିଥିଲେ। ଏହାପରେ ସେ ଏମ୍ଏନ୍ଏସ୍ରେ ଯୋଗଦେଇଥିଲେ ଏବଂ ୨୦୧୨ ପୌର ନିର୍ବାଚନରେ ଚିକିଲିରୁ କର୍ପୋରେଟର ନିର୍ବାଚିତ ହୋଇଥିଲା। ତେବେ ଏମ୍ଏନ୍ଏସ୍ ଅପେକ୍ଷା ବିଜେପିର ନୀତି ତାଙ୍କୁ ଭଲ ଲାଗିବାରୁ ସେ ବିଜେପିରେ ୨୦୧୭ରେ ସାମିଲ ହୋଇଥିଲେ। ୨୦୧୭ରେ ସେ ବିଜେପିରୁ କର୍ପୋରେଟର ନିର୍ବାଚିତ ହୋଇଥିଲା। ଏବେ ଦଳ ତାଙ୍କୁ ପିମ୍ପ୍ରି ଚିଞ୍ଚଓ୍ଵାଡା ସହରର ମେୟର ପଦରେ ଆସୀନ କରାଇଛି। ଯାଦବ ଗଣମାଧ୍ୟମକୁ କହିଛନ୍ତି ଏହି ଶିଳ୍ପ ସହରର ମେୟର ଭାବେ ସେ ନିଜ ଦାୟିତ୍ୱ ସଂପର୍କରେ ସଚେତନ ଅଛନ୍ତି। ସହରର ସାମଗ୍ରିକ ବିକାଶ ପାଇଁ ସେ ଅହରହ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଅଟୋ ରିକ୍ସା ଡ୍ରାଇଭର ମହାରାଷ୍ଟ୍ରର ନୂଆ ମେୟର
/sambad/media/post_attachments/wp-content/uploads/2018/08/auto.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)