ସିଆଚେନ ଗ୍ଲାସିୟରରେ ଅଘଟଣ ! ବରଫଝଡ଼ରେ ଫସିରହିଛନ୍ତି ଭାରତୀୟ ସେନାର ୮ ଯବାନ

ନୂଆଦିଲ୍ଲୀ : ସିଆଚେନ ଗ୍ଲାସିୟରରୁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଆଜି ଅପରାହ୍ଣ ସାଢେ ୩ଟା ବେଳେ ସିଆଚେନ ଗ୍ଲାସିୟର ଉତ୍ତରାଞ୍ଚଳରେ ମୁତୟନ ଥିବା ସେନାର ଯବାନମାନେ ଏକ ଭୟଙ୍କର ବରଫ ଝଡର ସମ୍ମୁଖୀନ ହୋଇଛନ୍ତି । ଭାରତୀୟ ସେନା ସୁତ୍ରରୁ ଜଣାପଡିଛି ଯେ ମୋଟ ୮ ଜଣ ଯବାନ ଏହି ବରଫ ଝଡ଼ର ସମ୍ମୁଖୀନ ହୋଇ ବରଫ ମଧ୍ୟରେ ଫସିରହିଛନ୍ତି । ସେମାନଙ୍କ ଉଦ୍ଧାର ପାଇଁ ସେନା ପକ୍ଷରୁ ଏକ ବଡ଼ ଧରଣର ତଲାସୀ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଯେ ସିଆଚେନ ଗ୍ଲାସିୟରର ଉତ୍ତରଭାଗ ଯେଉଁଠାରେ ଏହି ବରଫଝଡ଼ ଆସିଥିଲା ତାହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ।

ସିଆଚେନକୁ ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । କାରଣ ଏଠାରେ ଶତ୍ରୁଠାରୁ ଯେତିକି ବିପଦର ଆଶଙ୍କା ନଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ଯ୍ୟୟଠାରୁ । ୨୦୧୬ ଫେବ୍ରୁଆରୀ ୩ରେ ଏକ ଭୟଙ୍କର ବରଫଝଡ଼ର ସମ୍ମୁଖୀନ ହୋଇ ୧୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର