ମୁସଲମାନ ହେଉଛନ୍ତି ସବୁଠାରୁ ବଡ ଦେଶଭକ୍ତ: ଆଜମ ଖାନ

ନୂଆଦିଲ୍ଲୀ: ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ତେବେ ଏହି ବିଲ୍‌କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ତୀବ୍ର ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆଜି ଏହି ଅଞ୍ଚଳରେ ବିଭିନ୍ନ ରାଜନୈତିକ ସଂଗଠନ ବନ୍ଦ ପାଳନ କରିଛନ୍ତି । ଏହି ବିଲକୁ ନେଇ କିନ୍ତୁ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ | ଆଜମ କହିଛନ୍ତି ଯେ ୧୯୪୭ ମସିହାରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଭାଜନ ହୋଇଥିଲା ସେତେବେଳେ ମୁସଲମାନଙ୍କୁ ଭାରତରେ ରହିବାକୁ କିମ୍ବା ପାକିସ୍ତାନ ଚାଲିଯିବାକୁ ବିକଳ୍ପ ଦିଆଯାଇଥିଲା |

(Photo Credits: ANI)

ଯେହେତୁ ସେହି ସମୟରେ ମୁସଲମାନମାନେ ଭାରତକୁ ଚୟନ କରିଥିଲେ ତେଣୁ ସେମାନେ ସବୁଠାରୁ ବଡ ଦେଶଭକ୍ତ | ଏହି ବିଲ୍ ମାଧ୍ୟମରେ ଉପରୋକ୍ତ ୩ଟି ଦେଶର ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବ୍ୟକ୍ତି, ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ପଳାଇ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ପ୍ରାବଧାନ ରହିଛି |

ଯାହାକୁ ନେଇ ଆଜମ କହିଛନ୍ତି ଯେ ଏଠାରେ ଯେଉଁ ମୁସଲମାନମାନେ ରହିଛନ୍ତି ସେମାନେ ଦେଶର ସବୁଠାରୁ ବଡ ଦେଶଭକ୍ତ | ଯଦି ଦେଶଭକ୍ତି ପାଇଁ ଏଭଳି ଦଣ୍ଡ ମିଳିଥାଏ ତେବେ ଏତିକି ହିଁ କହିହେବ ଯେ ଗଣତନ୍ତ୍ରରେ କେବଳ ମୁଣ୍ଡ ଗଣା ଯାଇଥାଏ ବୁଦ୍ଧି ଗଣାଯାଏନାହିଁ |

ସମ୍ବନ୍ଧିତ ଖବର