ସକ୍ରିୟ ହେବାରେ ଲାଗିଛି ମାସୁଦ ଅଝାର, ଭାରତରେ ଅନୁପ୍ରବେଶ ଯୋଜନାରେ ଅଛନ୍ତି ୫୦ରୁ ଅଧିକ ଆତଙ୍କବାଦୀ

ନୂଆଦିଲ୍ଲୀ: ଅସୁସ୍ଥ ଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଝାର ପୁଣି ଥରେ ସକ୍ରିୟ ହୋଇଯାଇଛି । ସକ୍ରିୟ ହେବା ପରେ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇବା ଯୋଜନାରେ ଲାଗିପଡିଛି । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଲଗାତର ଭାବେ ଘାଟିରେ ଅନୁପ୍ରବେଶ ଉଦ୍ୟମ କରିଚାଲିଛି । କିନ୍ତୁ ଏବେ ସୂତ୍ର ଅନୁଯାୟୀ ଜୈସ-ଏ-ଆତଙ୍କବାଦୀ ଓସାମା ୟୁସୁଫ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନାରେ ଅଛି ।

ଏହି ଆତଙ୍କବାଦୀ ମାସୁଦ ଅଝାରର ଖୁବ ନିକଟତର ବୋଲି କୁହାଯାଉଛି । ଓସାମା ୟୁସୁଫ ଜୈସ ଆତଙ୍କୀ ସଙ୍ଗଠନର ସକ୍ରିୟ କମାଣ୍ଡରଙ୍କ ମଧ୍ୟରେ ଅନ୍ୟତମ । ବାଲାକୋଟ,ମନସେରାରେ ଥିବା ଜୈସ ଆତଙ୍କୀ ଠିକଣାର ଇନଚାର୍ଜ ଦାୟିତ୍ୱରେ ଅଛି ଓସାମା । ପାକିସ୍ତାନ ସିୟାଲକୋଟ ସେକ୍ଟରରେ ଓସାମା ଅନୁପ୍ରବେଶ କରିବାକୁ ଚାହୁଁଛି । ସେପଟେ ଜୈସ ମୁଖିଆ ମସୁଦ ଅଝାର ପୂର୍ବରୁ ମଧ୍ୟ ନିଜ ସମ୍ପର୍କୀୟଙ୍କୁ କାଶ୍ମୀରରେ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରିସାରିଛି ।

କିନ୍ତୁ ସୁରକ୍ଷାବଳ ଏସବୁକୁ ସଫଳ ହେବାକୁ ଦେଇନାହାନ୍ତି । ମାସୁଦ ଅଝାରର ଭଣଜା,ବଡିଗାର୍ଡ ଓ ପୁତୁରାକୁ ନିପାତ କରିସାରିଛି । ଆଉ ଏହାର ପ୍ରତିଶୋଧ ନେବା ପାଇଁ ମାସୁଦ ଅନେକ ଥର ଆତଙ୍କବାଦୀଙ୍କୁ କାଶ୍ମୀର ଘାଟିରେ ଅନୁପ୍ରବେଶ କରାଉଛି । କିନ୍ତୁ ଅପରେସନ ଅଲଆଉଟରେ ଏହି ସମସ୍ତ ଆତଙ୍କବାଦୀଙ୍କୁ ସେନା ନିପାତ କରିବାରେ ସଫଳ ହୋଇଥିଲା |

ସମ୍ବନ୍ଧିତ ଖବର