ଦାତବ୍ୟ ସଂସ୍ଥାକୁ ଆଉ ୫୩ ହଜାର କୋଟି ଟଙ୍କା ଦାନ କଲେ ଅଜିମ୍‌ ପ୍ରେମ୍‌ଜୀ

ବ୍ଲୁବ୍ଲୁମ୍‌ବର୍ଗ: ଜନ କଲ୍ୟାଣ କାର୍ଯ୍ୟ ଲାଗି ଓ୍ଵିପ୍ରୋ ଲିମିଟେଡ୍‌ର ଅଧ୍ୟକ୍ଷ ବିଲିୟନେୟାର୍‌ ଅଜିମ୍‌ ପ୍ରେମ୍‌ଜୀ କମ୍ପାନିର ୭. ୭ ବିଲିୟନ୍‌ ଡଲାର୍‌ ମୂଲ୍ୟର ଆଉ ୩୪% ସେୟାର୍‌ (୫୩ ହଜାର କୋଟି ଟଙ୍କା) ପ୍ରଦାନ କରିବେ। ଭାରତୀୟ ଇତିହାସରେ ଏହା ହେଉଛି ସବୁଠୁ ବିପୁଳ ଦାନ।

ପ୍ରେମ୍‌ଜୀଙ୍କ ନିୟନ୍ତ୍ରଣାଧୀନ ସଂସ୍ଥାନଗୁଡ଼ିକ ଏହି ସେୟାର୍‌ଗୁଡ଼ିକୁ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ପାଇଁ ଛାଡ଼ି ଦେଇଥିବା କଥା ବୁଧବାର ଦିନ ଏକ ବିବୃତିରେ କୁହାଯାଇଛି।

ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦାତବ୍ୟ ସଂସ୍ଥାନ ପାଇଁ ପ୍ରେମ୍‌ଜୀ ଦାନ କରିଥିବା ଅର୍ଥର ପରିମାଣ ହେଉଛି ୨୧ ବିଲିୟନ୍‌ ଡଲାର୍‌। ଏଥିରେ ଓ୍ଵିପ୍ରୋର ୬୭% ଆର୍ଥିକ ମାଲିକାନା ରହିଛି।

ପ୍ରେମ୍‌ଜୀଙ୍କ ଫାଉଣ୍ଡେସନ୍‌ ସିଧାସଳଖ ଶିକ୍ଷା ସଂକ୍ରାନ୍ତରେ କାମ କରୁଛି। ବହୁ ବର୍ଷିୟ ଆର୍ଥିକ ମଞ୍ଜୁରି ଦେଇ ଏହା ୧୫୦ରୁ ଊର୍ଦ୍ଧ୍ୱ ଅନ୍ୟାନ୍ୟ ଲାଭରହିତ ସୁବିଧା ସୁଯୋଗରୁ ବଞ୍ଚିତ ଭାରତୀୟମାନଙ୍କୁ ସହାୟତା ଯୋଗାଇ ଆସୁଛି। ଏହି ଫାଉଣ୍ଡେସନ୍‌ ବୃତ୍ତିଗତ ଶିକ୍ଷାର ବିକାଶ କରିବା ଲାଗି ଆଜିମ୍‌ ପ୍ରେମ୍‌ଜି ବିଶ୍ୱବିଦ୍ୟାଳୟ ଗଠନ କରିଛି। ମାନବିକ ବିକାଶ, ଡିଗ୍ରି ଓ ଶିକ୍ଷା କାର୍ଯ୍ୟକ୍ରମରେ ଓ ଗବେଷଣା କରିବାକୁ ଏହି ଫାଉଣ୍ଡେସ୍‌ ସହାୟତା ଯୋଗାଉଛି।

ସମ୍ବନ୍ଧିତ ଖବର