ଜେଲ୍‌ରେ ଝଡ଼ିଗଲେ ବାବା: ଓଜନ କମିଗଲା ୬ କିଲୋ

ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ରାମ୍‌ ରହିମ୍‌ ଦୁଇ ଦୁଇଟା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ଥ ହେବା ପରେ ତାଙ୍କୁ ୨୦ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ତେବେ, ଜାଣିବାକୁ ମିଳିଛି ଯେ ଦିନକୁ ଦିନ ବାବା ରାମ୍‌ ରହିମଙ୍କ ଓଜନ କମିବାରେ ଲାଗିଛି। ରାମ ରହିମଙ୍କ ଓଜନ ୬ କିଲୋ କମିଯାଇଥିବା ଜାଣିବାକୁ ମିଳିଛି। ପ୍ରାୟ ଦେଢ଼ମାସ ପୂର୍ବରୁ ତାଙ୍କ ଓଜନ ୯୦ କିଲୋ କେଜି ଥିବାବେଳେ ଏବେ ୮୪ କିଲୋରେ ପହଞ୍ଚିଛି।

ଜେଲ୍‌ ମଧ୍ୟରେ ବାବା ରୁଟି ସହ ଡାଲି ଖାଉଛନ୍ତି। ଓଜନ ହ୍ରାସ ପାଉଥିବା ହେତୁ ସେ ଖାଉଥିବା ଔଷଧର ପରିମାଣ ମଧ୍ୟ କମ୍‌ କରି ଦିଆଯାଇଛି। ଏହି ଔଷଧ ରୋହତକ ଡାକ୍ତରଙ୍କ ଦ୍ୱାରା ଲେଖାଯାଇଥିଲା ଓ ଡାକ୍ତରଙ୍କ ନିର୍ଦ୍ଦେଶ ପରେ ହିଁ ପରିମାଣ କମାଯାଇଛି। ରାମ ରହିମଙ୍କର ରକ୍ତଚାପ, ମଧୁମେହ, ଗ୍ୟାସ୍‌ ଆଦି ରୋଗ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିନେ ବିଳାଶ ବ୍ୟସନରେ ବୁଡ଼ି ରହୁଥିବା ବାବା ରାମ ରହିମଏବେ ଜେଲରେ ସାଧାରଣ କଏଦୀ ଭଳି ରହୁଛନ୍ତି। ସେ ଅତ୍ୟାଧିକ ଚିନ୍ତା କରୁଥିବାରୁ ତାଙ୍କ ଓଜନ ହ୍ରାସ ଘଟୁଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ରାମ ରହିମଙ୍କର ରକ୍ତଚାପ, ମଧୁମେହ, ଗ୍ୟାସ୍‌ ଆଦି ରୋଗ ରହିଛି। ପ୍ରାୟ ଦେଢ଼ମାସ ପୂର୍ବରୁ ତାଙ୍କ ଓଜନ ୯୦ କିଲୋ କେଜି ଥିବାବେଳେ ଏବେ ୮୪ କିଲୋରେ ପହଞ୍ଚିଛି।

ସୂଚନାଯୋଗ୍ୟ, ବାବାଙ୍କ ଦଣ୍ଡ ଶୁଣାଣି ହେବା ପରେ ଲୋକଙ୍କୁ ଏକଜୁଟ କରାଇ ହିସାଂ ଘଟାଇବା ପାଇଁ ବାବାଙ୍କ ପାଳିତା କନ୍ୟା ହନିପ୍ରୀତ ଇନ୍‌ସାନ ୧ କୋଟି ୨୫ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଲାରେ ହୋଇଥିବା ହିଂସା ପାଇଁ ସିରସା ଡେରାରେ ହୋଇଥିଲା ଯୋଜନା। ଗୁରମିତ ରାମ ରହିମଙ୍କ ଡ୍ରାଇଭର ରାକେଶ କୁମାରକୁ ପଚରାଉଚରା ବେଳେ ଏହି ତଥ୍ୟ ପଦାକୁ ଆସିଛି। ଗୁରମିତ ରାମରହିମଙ୍କ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପୂର୍ବରୁ ପଞ୍ଚକୁଲାର ଡେରାମୁଖ୍ୟଙ୍କୁ ହନିପ୍ରୀତ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିବା ସେ କହିଛନ୍ତି। ସାଧ୍ୱୀ ଦୁଷ୍କର୍ମ ମାମଲାରେ ଅଗଷ୍ଟ ୨୫ତାରିଖ ଦିନ ଶୁଣାଣି ହେବାର କିଛି ଦିନ ପୂର୍ବରୁ ପଞ୍ଚକୁଲାର ଡେରା ମୁଖ୍ୟ ଚମକୌର ସିଂହଙ୍କୁ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିଲେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଇନ୍‌ସାନ୍‌।

ପଞ୍ଚକୁଲା ପୁଲିସ କମିଶନର ଏ.ଏସ ଚାୱଲା ହନିପ୍ରୀତ ଦେଇଥିବା ୧ କୋଟି ୨୫ଲକ୍ଷ ଟଙ୍କା ବାବଦରେ ସୂଚନା ଦେଇଛନ୍ତି। ଗୁରମିତ ରାମରହିମ ଦୋଷୀ ସାବ୍ୟସ୍ତ ହେଲାପରେ ହିଂସା ଘଟାଇବା ପାଇଁ ତାଙ୍କ ସମର୍ଥକଙ୍କୁ ଏହି ଟଙ୍କା ବଣ୍ଟା ଯାଇଥିଲା। ସ୍ପେଶାଲ ଇନଭେଷ୍ଟିଗେସନ ଟିମ(ଏସ୍‌ଆଟି)ର ଏସିିପି ମୁକେଶ ମଲହୋତ୍ରାଙ୍କ ଗଠିତ ଟିମ ଗୁରମିତଙ୍କ ଡ୍ରାଇଭରକୁ ପଚରାଉଚରା କଲାବେଳେ ଏହି ଗୁମର ଖୋଲିଛନ୍ତି। ଗୁରମିତ ରାମରହିମଙ୍କ ଗିରଫଦାରୀ ପରେ ପଞ୍ଚକୁଲାରେ ହୋଇଥିବା ଦଙ୍ଗାରେ ପ୍ରାୟ ୩୬ଜଣଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘ ଦିନ ଧରି ପୁଲିସ୍‌ ଆଖିରେ ଧୂଳି ଦେଇ ଲୁଚି ବୁଲୁଥିବା ହନିପ୍ରୀତ ନତକଟରେ ପୁଲିସ୍‌ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର